www.samajalive.in
Sunday, December 7, 2025
26.1 C
Bhubaneswar

ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ପରିବାରକୁ ଦାନକଲେ ୨୦ ଲକ୍ଷ

ଭୁବନେଶ୍ବର : ଏଠାରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଲେବାନନ୍‌କୁ ୨-୦ ଗୋଲ୍‌ରେ ପରାସ୍ତକରି ଭାରତ ଚମ୍ପିଆନ୍‌ ହୋଇଥିଲା। ଏଥିନିମନ୍ତେ ଭାରତୀୟ ଦଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ।
ଅନ୍ୟପକ୍ଷରେ ଏହି ଅର୍ଥ ପୁରସ୍କାରରୁ ୨୦ ଲକ୍ଷ ଟଙ୍କା ବାଲେଶ୍ବର ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରକୁ ଦାନ କରିବାକୁ ଭାରତୀୟ ଫୁଟବଲ ଦଳ ଘୋଷଣା କରିଛି। ବାଲେଶ୍ବର ରେଳ ଦୁର୍ଘଟଣାରେ ଯେଉଁ ପରିବାରଗୁଡ଼ିକ କ୍ଷତି ସହିଛନ୍ତି ସେମାନଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଏହି ଅର୍ଥ ପ୍ରଦାନ କରାଯାଉଥିବା ଭାରତୀୟ ଫୁଟବଲ ଦଳ ତରଫରୁ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି ଦର୍ଶାଯାଇଛି। ଭାରତୀୟ ଫୁଟବଲ ଦଳ ତରଫରୁ ସାମାଜିକ ଗଣମାଧ୍ୟମରେ ଛଡ଼ାଯାଇଥିବା ବାର୍ତ୍ତା ଅନୁଯାୟୀ ଓଡ଼ିଶା ସରକାର ଅତିରିକ୍ତ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିବା ଯୋଗୁଁ ସମସ୍ତ ସଦସ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅର୍ଥରୁ ୨୦ ଲକ୍ଷ ଟଙ୍କା ବାଲେଶ୍ବର ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରକୁ ପ୍ରଦାନ ପାଇଁ ଭାରତୀୟ ଦଳର ପ୍ରଶିକ୍ଷକ ଇଗୋର ଷ୍ଟିମାକ୍‌ଙ୍କ ପରାମର୍ଶକ୍ରମେ ଖେଳାଳିମାନେ ନିଷ୍ପତ୍ତି ନେଇଛନ୍ତି। କ୍ଷତିଗ୍ରସ୍ତ ପରିବାରର ପୁନର୍ବାସ ପାଇଁ ଏହି ଅର୍ଥ ସହାୟକ ହେବ ବୋଲି ଆଶା ରହିଛି। ଆତ୍ମୀୟଙ୍କ ପରଲୋକ ଯୋଗୁଁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହାକୁ ପୂରଣ କରାଯାଇ ପାରିବ ନାହିଁ, ତେବେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରି ନିଜ ସାମାଜିକ ଦାୟିତ୍ବ ନିର୍ବାହ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଭାରତୀୟ ଫୁଟବଲ ଦଳ ତରଫରୁ ଦର୍ଶାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories