www.samajalive.in
Monday, December 15, 2025
27.1 C
Bhubaneswar

କରୋନା ସଂକ୍ରମଣରେ ବ୍ରିଟେନରେ ମୃତ୍ୟୁ ବରଣ କଲେ ଭାରତୀୟ ଡାକ୍ତର ଜିତେନ୍ଦ୍ର କୁମାର ରାଥୋଡ

ସମାଜ ପୋର୍ଟାଲ ଡେସ୍କ: ବହୁ ସମ୍ମାନିତ ଭାରତୀୟ ଡାକ୍ତର ଜିତେନ୍ଦ୍ର କୁମାର ରାଥୋଡଙ୍କର କରୋନା ସଂକ୍ରମଣରେ ବ୍ରିଟେନରେ ମୃତ୍ୟୁ ଘଟିଛି। ସେ ୧୯୭୭ରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ଡାକ୍ତରୀ ଯୋଗ୍ୟତା ହାସଲ କରିବା ପରେ ବ୍ରିଟେନରେ ଜାତୀୟ ସ୍ୱାସ୍ଥ୍ୟ ସେବାରେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ। କରୋନା ଜୀବାଣୁ ସଂକ୍ରମିତ ହେବା ପରେ ସୋମବାର ଦିନ ତାଙ୍କର ମୃତ୍ୟୁ ଘଟିଛି ବୋଲି ୱେଲ୍ସର ଅଧିକାରୀମାନେ କହିଛନ୍ତି। କାର୍ଡିଫ୍ ଏବଂ ଭାଲେ ୟୁନିଭରସିଟି ସ୍ୱାସ୍ଥ୍ୟ ବୋର୍ଡ କହିଛି, ‘ଗଭୀର ଦୁଃଖର ସହିତ ଆମେ ଜଣାଉଛୁ ଯେ ୱେଲ୍ସ ୟୁନିଭରସିଟି ହସପିଟାଲର କାର୍ଡିଓ-ଥୋରାସିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ସ୍ପେଶାଲିଷ୍ଟ ଡାକ୍ତର ଜିତେନ୍ଦ୍ର ରାଥୋଡଙ୍କର ଦେହାନ୍ତ ହୋଇଛି।’

ବୋର୍ଡ ଆହୁରି ମଧ୍ୟ କହିଛି ଯେ କୋଭିଡ -୧୯ ପାଇଁ ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ଜେନେରାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ମୃତ୍ୟୁ ବରଣ କରିଛନ୍ତି। ଜିତୁ ନାଁରେ ପରିଚିତ ଡାକ୍ତର ଜିତେନ୍ଦ୍ର ୧୯୯୦ ଦଶକ ମଧ୍ୟଭାଗରୁ କାର୍ଡିଓ-ଥୋରାସିକ୍ ସର୍ଜରୀ ବିଭାଗରେ କାର୍ଯ୍ୟ କରୁଥିଲେ।

- Advertisement -

ବ୍ରିଟେନର ଡାକ୍ତରଖାନାରେ ହଜାର ହଜାର ରୋଗୀଙ୍କ ଚିକିତ୍ସା ଦାୟିତ୍ୱରେ ଆଗ ଧାଡିରେ ସେଠାକାର ଜାତୀୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ମଧ୍ୟରେ ଭାରତୀୟ ଡାକ୍ତର ଏବଂ ନର୍ସମାନେ ଅଛନ୍ତି। ଭାରତରେ ଯୋଗ୍ୟତା ହାସଲ ପରେ ବ୍ରିଟେନରେ ଯୋଗ୍ୟତା ହାସଲ କରି ସେଠାକାର ଜାତୀୟ ସ୍ୱାସ୍ଥ୍ୟ ସେବା ଡାକ୍ତରମାନଙ୍କ ମଧ୍ୟରେ ଭାରତୀୟମାନେ ହେଉଛନ୍ତି ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ। ଡାକ୍ତର ରାଥୋଡଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି।

ସେ ଜଣେ ଅବିଶ୍ୱସନୀୟ ଉତ୍ସର୍ଗୀକୃତ ଡାକ୍ତର ଥିଲେ ଯେ ତାଙ୍କ ରୋଗୀଙ୍କର ଉତ୍ତମ ଭାବରେ ଯତ୍ନ ନେଉଥିଲେ। ତାଙ୍କୁ ସମସ୍ତେ ଭଲ ପାଉଥିଲେ ଏବଂ ତାଙ୍କୁ ସମସ୍ତେ ସମ୍ମାନିତ କରୁଥିଲେ। ସେ ଅତ୍ୟନ୍ତ ଦୟାଳୁ ମଣିଷ ଥିଲେ। ଏମିତି କିଛି ବର୍ଣ୍ଣନା କରି ଭାଲେ ୟୁନିଭରସିଟି ସ୍ୱାସ୍ଥ୍ୟ ବୋର୍ଡ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories