ସମାଜ ପୋର୍ଟାଲ ଡେସ୍କ: ସାରା ଓଡିଶା ଏବେ କରୋନା ସଂକ୍ରମଣ ଘଟଣାକୁ ନେଇ ଏକ ପ୍ରକାର ଆଶଙ୍କା ମଧ୍ୟରେ ଗତି କରୁଥିବା ବେଳେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ନବରଙ୍ଗପୁର ଜିଲ୍ଲା ମକିଆ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ପ୍ରଶାନ୍ତ କୁମାର ବେହେରାଙ୍କ ଏକ ନୋଟିସକୁ ନେଇ ରାଜ୍ୟବାସୀ ଚକିତ ହୋଇଯାଇଥିଲେ। ସେ ନୋଟିସରେ ସୂଚିତ କରିଥିଲେ ଯେ ବ୍ୟାଙ୍କର ଜଣେ କର୍ମଚାରୀଙ୍କର କରୋନା ଲକ୍ଷଣ ଦେଖାଯିବାରୁ ସମସ୍ତ କର୍ମଚାରୀ ଆସନ୍ତା ୧୪ ଦିନ ଯାଏଁ ଏକାନ୍ତଵାସରେ ରହିବେ କିନ୍ତୁ ଏ ନେଇ ଖୋଳତାଡ଼ ହେବା ପରେ ଏହା ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡିଥିଲା ଓ ଜିଲ୍ଲାପାଳ ଖୋଦ କହିଥିଲେ ଯେ ନବରଙ୍ଗପୁରରେ କେହି କରୋନା ଆକ୍ରାନ୍ତ ନାହାନ୍ତି।
ପରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର. ଅଜିତ କୁମାର ମିଶ୍ର ଓ ନବରଙ୍ଗପୁର ଏସ.ପି ନିତିନ କୁସଲକରଙ୍କ ଉପସ୍ଥିତିରେ ମକିଆ ବ୍ରାଞ୍ଚ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରା କ୍ଷମା ପ୍ରାର୍ଥନା କରିବା ସହ ପୂର୍ବ ଭଳି ବ୍ୟାଙ୍କ ଖୋଲା ରହିବ ବୋଲି କହିଛନ୍ତି।



