www.samajalive.in
Monday, December 15, 2025
27.1 C
Bhubaneswar

ପାକିସ୍ତାନରେ ପଶି ଆତଙ୍କୀଙ୍କୁ ନିପାତ କରିବ ସେନାର ଏହି ନୂଆ ଅସ୍ତ୍ର, ମୂଲ୍ୟ ୨.୫ କୋଟି

ଡେରାଡୁନ: ଏଣିକି ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ଭାରତୀୟ ଯବାନଙ୍କୁ ଆଉ ପାକ୍‌ ସୀମା ଭିତରେ ପ୍ରବେଶ କରିବାକୁ ପଡ଼ିବ ନାହିଁ। ନିଜ ଘରେ ବସି ସେନା ପାକିସ୍ତାନରେ ଲୁଚି ରହିଥିବା ଆତଙ୍କୀଙ୍କୁ ଖୋଜି ମାରିବ। ଏଥିପାଇଁ ସେନାକୁ ସହଯୋଗ କରିବ ଏକ ନୂଆ ଅସ୍ତ୍ର, ଯାହାର ନାଁ ହେଉଛି ‘ଭେକ୍ଟର ଡ୍ରୋନ’। ଜର୍ମାନୀର ଏକ କମ୍ପାନୀ ସହାୟତାରେ ଭାରତ ଏହି ଡ୍ରୋନ ତିଆରି କରିଛି। ଡ୍ରୋନର ମୂଲ୍ୟ ୨.୫ କୋଟି ଟଙ୍କା ରହିଛି।

ଏହି ଡ୍ରୋନ ଆସିବା ପରେ ବିଶେଷକରି ମୁମ୍ବଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହାଫିସ ସୟିଦ ଏବଂ ପାକିସ୍ତାନରେ ଲୁଚିଥିବା ଆତଙ୍କବାଦୀମାନଙ୍କ ବାସ୍ତବିକ ଲୋକେଶନ ଠାବ କରିବା ଏବଂ ସେମାନଙ୍କୁ ନିପାତ କରିବାରେ ଭାରତକୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଭେକ୍ଟର ଡ୍ରୋନ ୨୫ କିଲୋମିଟର ଦୂରରୁ ଥର୍ମାଲ ଇମେଜିଂ ଜରିଆରେ ଆତଙ୍କବାଦୀଙ୍କ ଲୋକେଶନର ପତ୍ତା ଲଗାଇବ। କେବଳ ଏତିକି ନୁହେଁ, ବରଂ ଏଥିରେ ଖଞ୍ଜାଯାଇଥିବା ସ୍ବତନ୍ତ୍ର ଅସ୍ତ୍ର ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ମଧ୍ୟ କରିପାରିବ। ଡେରାଡୁନରେ ଜିଏମଏସ ରୋଡ୍‌ସ୍ଥିତ ଏକ ହୋଟେଲରେ ଆଇଏନସିଏ(ଭାରତୀୟ ରାଷ୍ଟ୍ରୀୟ କାର୍ଟୋଗ୍ରାଫି ସଂଘ) ପକ୍ଷରୁ ଆୟୋଜିତ ୩ ଦିନିଆ ଅନ୍ତର୍ଜାତୀୟ କଂଗ୍ରେସର ୨ୟ ଦିନରେ ଏହି ଭେକ୍ଟର ଡ୍ରୋନକୁ ପ୍ରଦର୍ଶନ କରାଯାଇଛି।

- Advertisement -

ଆତଙ୍କବାଦୀଙ୍କ ମୋବାଇଲ୍‌ ଫୋନକୁ ବନ୍ଦ କରିଦେବ

ଭେକ୍ଟର ଡ୍ରୋନ ତିଆରି କରିଥିବା କମ୍ପାନୀ ‘ଅନ୍‌ସାରୀ ପ୍ରେସିଶନ ଇନଷ୍ଟ୍ରୁମେଣ୍ଟ’ର ନିର୍ଦେଶକ ସାଜିତ ଅନସାରୀ କହିଛନ୍ତି ଯେ, ଜର୍ମାନ ଟେକ୍‌ନିକରେ ତିଆରି ହୋଇଥିବା ଏହି ଡ୍ରୋନର ଥର୍ମାଲ ଇମେଜିଂ ଜରିଆରେ ଆତଙ୍କବାଦୀଙ୍କ ପ୍ରକୃତ ସଂଖ୍ୟାର ଅନୁମାନ କରାଯାଇପାରିବ। ଏହା ସହିତ ଆତଙ୍କବାଦୀମାନଙ୍କ ମୋବାଇଲ୍‌ ଫୋନକୁ ବି ବନ୍ଦ କରାଯାଇ ପାରିବ। ଏଥିରେ ଲାଗିଥିବା ଜାମର ଜରିଆରେ ମୋବାଇଲ୍‌ ଫୋନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିହେବ।

ଅ ତି କମ୍‌ ଉଚ୍ଚରେ ଉଡୁତିବା ଏହି ଡ୍ରୋନକୁ ଗୋପନୀୟ କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବା ଭଳି ପ୍ରସ୍ତୁତ କରାଯାଇଛି। କୌଣସି ରାଡାର ଏହାକୁ ଠାବ କରିପାରିବ ନାହିଁ। ଡ୍ରୋନରେ ଯେଉଁ ଆତଙ୍କବାଦୀଙ୍କ ଫଟୋ ଅପ୍‌ଲୋଡ୍‌ କରି ଦିଆଯିବ, ତାହାକୁ ଡ୍ରୋନର କ୍ୟାମେରା ଦେଖିବା ପରେ ସେହି ଅଞ୍ଚଳରେ କେବଳ ଉଡି ରହିବ।

୧୦ ବର୍ଗ କିଲୋମିଟର ଅଞ୍ଚଳର ମ୍ୟାପିଂ କରିପାରିବ

ଏହି ଡ୍ରୋନ ୧ ଘଣ୍ଟା ମଧ୍ୟରେ ୫ ବର୍ଗ କିଲୋମିଟର ଅଞ୍ଚଳର ମ୍ୟାପିଂ(ନିର୍ଦ୍ଦିଷ୍ଟ ଅଞ୍ଚଳର ନକ୍ସା) କରିପାରିବ। ଏଥିରେ ଖଞ୍ଜାଯାଇଥିବା ‘ଟ୍ରିନିଟି ଟୋନ ପ୍ଲସ’ ମ୍ୟାପିଂରେ ସହାୟତା କରିବ। ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ମ୍ୟାପିଂ ନିମନ୍ତେ ଟ୍ରିନିଟି ଟୋନ୍‌ ପ୍ଲସର ବ୍ୟବହାର କରାଯାଉଛି। ଡ୍ରୋନର ମୂଲ୍ୟ ୨.୫ କୋଟି ଟଙ୍କା ହୋଇଥିବାବେଳେ ଟ୍ରିନିଟ ଟୋନ୍‌ ପ୍ଲସର ମୂଲ୍ୟ ୩୦ ଲକ୍ଷ ଟଙ୍କା। ଭେକ୍ଟର ଡ୍ରୋନ ଗୋଟିଏ ଥର ଉଡ଼ାଣ କଲେ ୧୦ ବର୍ଗ କିଲୋମିଟର ଅଞ୍ଚଳର ମ୍ୟାପିଂ କରିପାରିବ ବୋଲି ସାଜିଦ ଅନ୍‌ସାରୀ କହିଛନ୍ତି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories