ଢେଙ୍କାନାଳ / କେନ୍ଦୁଝର : ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଧାନ କାଟିବା ସମୟରେ ଦନ୍ତା ହାତୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୃଦ୍ଧ ଜଣଙ୍କ ପରଜଙ୍ଗ ଥାନା ଅନ୍ତର୍ଗତ ରୋଡ଼ ଗ୍ରାମର ବୋଲି ଜଣାପଡ଼ିଛି।
ସେହିପରି କେନ୍ଦୁଝର ଜିଲା ଆନନ୍ଦପୁର କାଠକଟାରେ ହାତୀପଲଙ୍କ ଉପଦ୍ରବ ଦେଖାଯାଇଛି। ହାତୀପଲ ଧାନ ଖଳାରେ ଥିବା ଧାନ ଖାଇବା ସହ ଦଳିଚକଟି ଫସଲ ନଷ୍ଟ କରିଛନ୍ତି। ଏହାସହ ଘର ମଧ୍ୟ ଭାଙ୍ଗିଥିବା ନେଇ ସୂଚନା ମିଳିଛି।
ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ
Popular Categories



