ଆମେରିକାରେ ଭାରତ ଜନ୍ମିତ ମହିଳାଙ୍କୁ ୩ବର୍ଷ ଜେଲ୍‍

0

ୱାଶିଂଟନ : ଏକ ଦୁର୍ନୀତି ଅଭିଯୋଗରେ ଆମେରିକାର ଅଦାଲତ ଜଣେ ଭାରତ ଜନ୍ମିତ ସିଙ୍ଗାପୁର ମହିଳାଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ୩ବର୍ଷ ଜେଲ୍‍ ଦଣ୍ଡାଦେଶ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଆମେରିକା ନୌସେନା ଇତିହାସରେ ସବୁଠାରୁ ବଡ ଦୁର୍ନୀତି ଓ ଷଡଯନ୍ତ୍ରରେ ଉକ୍ତ ମହିଳା ଜଣଙ୍କ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଛି। ଦୋଷୀ ମହିଳା ଜଣଙ୍କ ହେଲେ ଗୁରୁସରନ କୌର ସାରୋନ ରାଚାଏଲ (୫୭)। ସେ ଆମେରିକା ନୌସେନା ପାଇଁ ଜଣେ ପ୍ରମୁଖ ଯୋଗାଯୋଗକାରୀ ଥିଲେ। ତେବେ ସେ ଆମେରିକା ନୌସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ବଦଳରେ ବିପୁଳ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

kalyan agarbati
Leave A Reply