www.samajalive.in
Friday, December 5, 2025
16.1 C
Bhubaneswar

୯୦ ବର୍ଷରେ ଭାରତୀୟ ବାୟୁ ସେନା : ଆସନ୍ତା ବର୍ଷ ଠାରୁ ମହିଳା ଅଗ୍ନିବୀରଙ୍କ ନିଯୁକ୍ତି

ନୂଆଦିଲ୍ଲୀ :  ଆଜି ବାୟୁ ସେନା ଦିବସ । ଭାରତୀୟ ବାୟୁସେନା (ଆଇଏଏଫ୍ ) ଆଜି ନିଜର ପ୍ରତିଷ୍ଠା ଏବଂ ଉତ୍କୃଷ୍ଟ ସେବାର  ୯୦ ବର୍ଷ ପୂରଣ କରିଛି। ଏହି ଅବସରରେ ଚଣ୍ଡିଗଡ଼ରେ ଏକ ବ୍ୟାଣ୍ଡ ମାର୍ଚ୍ଚ ଏବଂ ପରେଡ ସହିତ ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ କହିଛନ୍ତି ଯେ ଭାରତୀୟ ବାୟୁସେନା କଠିନ ପରିଶ୍ରମ, ଧୈର୍ଯ୍ୟ ଏବଂ  ପୂର୍ବ ଅନୁଭୂତିରୁ ଗୌରବଶାଳୀ ଉପଲବ୍ଧି ହାସଲ କରିଛି ।
ଏୟାର ଚିଫ୍ ମାର୍ଶଲ କହିଛନ୍ତି, ‘ ଅଗ୍ନିପଥ’ ଯୋଜନା ମାଧ୍ୟମରେ ବାୟୁସେନାରେ ବାୟୁ  ସୈନିକଙ୍କ ନିଯୁକ୍ତି ଆମ ସମସ୍ତଙ୍କ ପାଇଁ ଏକ ଆହ୍ବାନ ।  କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ହେଉଛି ଭାରତର ଯୁବକ ମାନଙ୍କ ସାମର୍ଥ୍ୟକୁ ଉପଯୋଗ କରିବା ଏବଂ ସେମାନଙ୍କୁ ଦେଶର ସେବା ଦିଗରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେବା।
ଆଇଏଏଫ୍ ମୁଖ୍ୟ କହିଛନ୍ତି, ଆଇଏଏଫରେ କ୍ୟାରିୟର ଆରମ୍ଭ କରିବା ପାଇଁ ପ୍ରତ୍ୟେକ ଆଗ୍ନିବୀର ସଠିକ୍ ଦକ୍ଷତା ଏବଂ ସେମାନଙ୍କ ପାଇଁ ସୂଚନା ଉପଲବ୍ଧ କରାିବା ଲାଗି ବାୟୁସେନା ତା’ର ନିଯୁକ୍ତି ଓ ତାଲିମ ପ୍ରଣାଳୀରେ ପରିବର୍ତ୍ତନ କରିଛି । ଚଳିତ ବର୍ଷ ଡିସେମ୍ବରରେ, ପ୍ରାରମ୍ଭିକ ତାଲିମ ପାଇଁ ୩,୦୦୦ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି । ଆଇଏଏଫ୍ ମୁଖ୍ୟ କହିଛନ୍ତି, ଆଗାମୀ ବର୍ଷରେ ଏହି ସଂଖ୍ୟା ବୃଦ୍ଧି ପାଇବ ଏବଂ ଆମେ ଆସନ୍ତା ବର୍ଷ ଠାରୁ ମହିଳା ଅଗ୍ନିବୀରଙ୍କ ନିଯୁକ୍ତି ଉପରେ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛୁ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁ ସେନାର ଯବାନ ଓ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି ।  ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି ଭାରତୀୟ ବାୟୁ ସେନା ସିଦ୍ଧାନ୍ତ ସହ ତାଳ ଦେଇ ନଭଶ୍ଚୁଭୀ ଆକାଶ ଛୁଇଁଛି ଏବଂ ବର୍ଷ ବର୍ଷ ଧରି ଆକାଶ ମାର୍ଗରେ ନିଜର ଦକ୍ଷତା ଓ କ୍ଷମତା ପ୍ରତିପାଦନ କରିଛି । ଦୁର୍ବିପାକ ସମୟରେ ଦେଶବାସୀଙ୍କୁ ସହାୟତା କରିବା କ୍ଷେତ୍ରରେ ମଧ୍ୟ ବାୟୁ ସେନା ଅକ୍ଷୁର୍ଣ୍ଣ ଭୂମିକା ତୁଲାଇଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟ୍ୱିଟ୍‍ କରି କହିଛନ୍ତି ଦେଶର ଆକାଶମାର୍ଗକୁ ସୁରକ୍ଷିତ ରଖିବା ଏବଂ ଦୁର୍ବିପାକ ସମୟରେ ଦେଶବାସୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବାୟୁ ସେନାର ପ୍ରତିଦ୍ଧତାକୁ ସେ ସାଲ୍ୟୁଟ୍‍ କରୁଛନ୍ତି । ବାୟୁ ସେନାର ଯବାନମାନେ ଭାରତକୁ ଗର୍ବିତ କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍‍ କରି କହିଛନ୍ତି ଭାରତୀୟ ବାୟୁ ସେନା ସୌର୍ଯ୍ୟ, ବୀର୍ଯ୍ୟ, ପାରଦର୍ଶିତା ଓ କାର୍ଯ୍ୟକୁଶଳତାରେ ଶିଖର ଛୁଇଁଛି । ବାୟୁ ସେନାର ଯବାନମାନଙ୍କ ପ୍ରତି ଦେଶବାସୀ ଆଜି ସାଲ୍ୟୁଟ୍‍ ଜଣାଉଛନ୍ତି ।

- Advertisement -

ଚଣ୍ଡିଗଡ଼ର ସୁଖନା ହ୍ରଦ ଉପରେ ବାୟୁବୀରମାନେ ଚିତାକର୍ଷକ ପରାମକ୍ରମ ଦେଖାଉଛନ୍ତି।

https://www.youtube.com/watch?v=H4AFFFX6fMY

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories