ରାଜକୋଟ : ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ସଂଘ ଷ୍ଟାଡିୟମରେ ଭାରତ-ବାଂଲାଦେଶ ମଧ୍ୟରେ ହେବାକୁଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟଚରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚରେ ଉଭୟ ଦଳ ପକ୍ଷରୁ ପ୍ଲେଇଙ୍ଗ ଇଲେଭେନର କୌଣସି ପରିବର୍ତ୍ତନ କରାଯାଇନାହିଁ।
ସିରିଜ୍ର ପ୍ରଥମ ମ୍ୟାଚ୍ ଦିଲ୍ଲୀରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ବାଂଲାଦେଶ ଦଳ ୭ ୱିକେଟ୍ରେ ବିଜୟୀ ହୋଇ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ବିତୀୟ ମ୍ୟାଚ୍ ଜିତି ସିରିଜ୍ ବିଜୟୀ ହେବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଭାରତୀୟ ଦଳ ଦ୍ବିତୀୟ ମ୍ୟାଚ୍ ଜିତି ସିରିଜ୍କୁ ଫେରିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବ।
2nd T20I. India win the toss and elect to field https://t.co/KmSUG7Dmy7 #IndvBan @Paytm
— BCCI (@BCCI) November 7, 2019



