www.samajalive.in
Monday, December 15, 2025
27.1 C
Bhubaneswar

ଶ୍ରେୟାସଙ୍କ ଅର୍ଦ୍ଧଶତକ ; ଭାରତ ୩-୦ରେ ଟି-୨୦ ଶୃଙ୍ଖଳା ପୋଛିଲା

ଧର୍ମଶାଳା : ଆଶା ଅନୁସାରେ ବିଶ୍ବର ୧୦ନଂ ଦଳ ଶ୍ରୀଲଙ୍କା ବିପକ୍ଷରେ ୧ନଂ ଦଳ ଭାରତ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ୩ଟି ଯାକ ମ୍ୟାଚ୍‌କୁ ଭାରତ ସହଜରେ ଜିତିପାରିଛି। ରବିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି । ଅଧିନାୟକ ଦାସୁନ୍ ଶନକଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ସତ୍ତ୍ବେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୫ ୱିକେଟରେ ୧୪୬ ରନ୍‌ କରି ପାରିଥିଲା। ପରେ ଶ୍ରେୟାସ ଆୟରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୧୬.୫ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଥିଲା। ଏହାସହ ଭାରତ ଘରୋଇ ମାଟିରେ କ୍ରମାଗତ ୩ୟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୋଛିବାରେ ସଫଳ ହୋଇଛି।
୧୪୭ ରନ୍ ଲକ୍ଷ୍ୟରେ ଭାରତ କ୍ରମାଗତ ୨ୟ ମ୍ୟାଚ୍‌ରେ ଜଲ୍‌ଦି ଅଧିନାୟକ ରୋହିତ ଶର୍ମା (୫)ଙ୍କ ୱିକେଟ ହରାଇଥିଲା। ପରେ ଅନ୍ୟ ଓପ୍‌ନର ସଞ୍ଜୁ ସାମ୍‌ସନ ୧୨ ବଲ୍‌ରୁ ୩ଟି ଚୌକା ସହ ୧୮ ରନ୍‌କରି ଆଉଟ ହୋଇଥିଲେ। ୫୧ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ଆୟର ଓ ଦୀପକ ହୁଡା ଦ୍ରୁତ ୪୮ ରନ୍‌ ଯୋଡ଼ିଥିଲେ। ହୁଡା ୧୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍‌କରି ଆଉଟ ହୋଇଥିଲେ। ଭେଙ୍କଟେଶ ଆୟର ୫ ରନ୍‌ କରି ପାରିଥିଲେ। ପରେ ଶ୍ରେୟାସ ଆୟର ଓ ରବୀନ୍ଦ୍ର ଜାଡ଼େଜା ନିୟମିତ ସଟ୍‌ ଖେଳି ଦଳକୁ ଜିତାଇ ପାଭିଲିଅନ୍ ଫେରିଥିଲେ। ଜାଡ଼େଜା ୧୫ ବଲ୍‌ରୁ ୩ଟି ଚୌକା ସହ ୨୨ ରନ୍‌କରି ଅପରାଜିତ ଥିଲେ। କ୍ରମାଗତ ୩ୟ ମ୍ୟାଚ୍‌ରେ ଅପରାଜିତ ଅର୍ଦ୍ଧଶତକ ମାରିଥିବା ଶ୍ରେୟାସ ୪୫ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୭୩ ରନ୍‌କରି ଅପରାଜିତ ଥିଲେ। ଲାହିରୁ କୁମାର ୨ଟି ୱିକେଟ ନେଇଥିଲେ। ଶ୍ରେୟାସ ଆୟର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଓ ପ୍ଲେୟର ଅଫ୍‌ ଦି ସିରିଜ୍ ହୋଇଥିଲେ।
ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଦୟନୀୟ ବ୍ୟାଟିଂକରି ଶ୍ରୀଲଙ୍କା ୬ ଓଭରର ପାୱରପ୍ଲେରେ ୩ ୱିକେଟରେ ମାତ୍ର ୧୮ ରନ୍‌ କରିଥିଲା। ପାଥୁମ୍ ନିଶଙ୍କା ୧, ଦନୁଷ୍କା ଗୁଣତିଳକ ୦, ଚରିତ ଆସାଲାଙ୍କା ୪ ଓ ଜାନିଥ୍‌ ଲିୟାନାଗେ ୯ ରନ୍‌ କରିଥିଲେ। ପରେ ଦିନେଶ ଚାନ୍ଦିମାଲ ଓ ଅଧିନାୟକ ଦାସୁନ ଶନକ ୬ ଓଭରରେ ୪୨ ରନ୍‌ ଯୋଡ଼ିଥିଲେ। ଚାନ୍ଦିମାଲ ୨୭ ବଲ୍‌ରୁ ୨ଟି ଚୌକା ସହ ୨୨ ରନ୍‌ କରିଥିଲେ। ଅବିଭାଜିତ ୬ଷ୍ଠ ୱିକେଟ ପାଇଁ ଶନକ ଓ ଚାମିକା କରୁଣାରତ୍ନେ ୮୬ ରନ୍‌ ଯୋଡ଼ିଥିଲେ ହେଁ କରୁଣାରତ୍ନେ ଏଥିରୁ ୧୨ ରନ୍‌ କରିଥିଲେ। ୧୫ ଓଭରରେ ଶ୍ରୀଲଙ୍କା ୫ ୱିକେଟରେ ୭୮ ରନ୍‌ କରିଥିବା ବେଳେ ଶେଷ ୫ ଓଭରରେ ଏହା ୬୮ ରନ୍‌ ନେଇ ପାରିଥିଲା। କ୍ରମାଗତ ୨ୟ ମ୍ୟାଚ୍‌ରେ ବିସ୍ଫୋରକ ଇନିଂସ ଖେଳିଥିବା ଶନକ ୩୮ ବଲ୍‌ରୁ ୨ଟି ଛକା ଓ ୯ଟି ଚୌକା ସହ ୭୪ ରନ୍‌କରି ଅପରାଜିତ ଥିଲେ। ଆଭେସ୍ ଖାଁ ୨ଟି ୱିକେଟ ପାଇଥିଲେ।

ଆଉଟ୍‌ ନ ହୋଇ ୨୦୦ରୁ ଅଧିକ ରନ୍‌ ; ୱାର୍ଣ୍ଣରଙ୍କ ପରେ ଆୟର
ରବିବାର ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତର ଶ୍ରେୟାସ ଆୟର ୭୩ ରନ୍‌କରି ଅପରାଜିତ ଥିଲେ। ଶୃଙ୍ଖଳାର ୩ଟିଯାକ ମ୍ୟାଚ୍‌ରେ ଶ୍ରେୟାସ ଅର୍ଦ୍ଧଶତକ ହାସଲକରି ଅପରାଜିତ ରହିଥିଲେ। ସେ ଏହି ଶୃଙ୍ଖଳାରେ ଆଉଟ୍‌ ନ ହୋଇ ୧୭୪.୩୫ ଷ୍ଟ୍ରାଇକ୍‌ରେଟ୍‌ରେ ୨୦୪ ରନ୍‌ କରିଛନ୍ତି। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର କେବଳ ଏହି କୃତିତ୍ବ ହାସଲ କରିଥିଲେ। ୨୦୧୯ରେ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ଅଷ୍ଟ୍ରେଲିଆର ୱାର୍ଣ୍ଣର ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଆଉଟ୍‌ ନ ହୋଇ ମୋଟ ୨୧୭ ରନ୍‌ କରିଥିଲେ। ଉକ୍ତ ଶୃଙ୍ଖଳାରେ ୱାର୍ଣ୍ଣର ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ହାସଲକରି ଆଉଟ୍‌ ହୋଇନଥିଲେ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories