ଭୁବନେଶ୍ୱର : ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକି ପ୍ରତିଯୋଗିତାରେ ଭାରତ ୨ୟ ପରାଜୟ ବରଣ କରିଥିବା ବେଳେ ସ୍ପେନ୍ ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳା ଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ସ୍ପେନ୍ ୫-୩ ଗୋଲରେ ଭାରତକୁ ପରାସ୍ତ କରିଛି । ଶନିବାର ପ୍ରଥମ ମ୍ୟାଚରେ ଭାରତଠାରୁ ପରାଜିତ ହୋଇଥିବା ସ୍ପେନ୍ ୨ୟ ମ୍ୟାଚରେ ପ୍ରତିଶୋଧ ନେଇଛିି।
୬ ମିନିଟରେ ଭାରତ ପକ୍ଷରୁ ଅଭିଷେକ ପ୍ରଥମ ଗୋଲ୍ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଭାରତର ଉକ୍ତ ଅଗ୍ରଣୀକୁ ସ୍ପେନ୍ ବେଶି ସମୟ ରଖିବାକୁ ଦେଇନଥିଲା। ୧୪ ମିନିଟରେ ସ୍ପେନକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାକୁ ପାଓ କୁନିଲ୍ ଗୋଲରେ ପରିଣତ କରି ସ୍କୋର୍କୁ ୧-୧ କରିଥିଲେ। ୧୪ ମିନିଟ୍ରେ ସ୍ପେନ୍ ୨ୟ ଗୋଲ ଦେଇଥିଲା। ଦଳ ପକ୍ଷରୁ ୟୁଆନ ଟ୍ରିସ ଗୋଲ୍ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ୧୫ ମିନିଟ୍ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥିରୁ ଭାରତ ଗୋଲ ଦେବାରେ ବିଫଳ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ସ୍ପେନ ୨-୧ ଗୋଲରେ ଆଗୁଆ ରହିଥିଲା। ୨ୟ କ୍ୱାର୍ଟରରେ ମଧ୍ୟ ସ୍ପେନର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୨୪ ମିନିଟ୍ରେ ସ୍ପେନ୍କୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ କୁନିଲ ପାଓ ଗୋଲରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ୨୭ ମିନିଟରେ ଭାରତର ହରମନପ୍ରୀତ ସିଂହ ଗୋଲ ଦେଇ ମ୍ୟାଚକୁ ୨-୩ ସ୍ତରକୁ ଆଣିଥିଲେ। ପ୍ରଥମାର୍ଦ୍ଧରେ ସ୍ପେନ ୩-୨ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ୱାର୍ଟର ତଥା ୫୧ ମିନିଟ୍ରେ ଭାରତ ପକ୍ଷରୁ ସୁଖଜିତ ସିଂହ ଗୋଲ ଦେଇ ସ୍କୋର୍କୁ ୩-୩ ବରାବର କରିଥିଲେ। ଖେଳର ୫୪ ମିନିଟ୍ରେ ସ୍ପେନକୁ ଏକ ପେନାଲ୍ଟି କର୍ଣ୍ଣର ମିିଳିଥିଲା। ଏଥରୁ କୁନିଲ ପେପେ ଗୋଲ୍ଦେଇ ଦଳକୁ ୪-୩ରେ ଆଗୁଆ କରିଥିଲେ। ଖେଳର ୫୯ ମିନିଟରେ ସ୍ପେନକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାକୁ ମାର୍କ ମିରାଲିସ୍ ଗୋଲରେ ପରିଣତ କରି ଦଳକୁ ୫-୩ରେ ବିଜୟୀ କରାଇଥିଲେ। ଭାରତ ପାଇଁ ସୁଖଜିତ ସିଂହ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତ ପ୍ରଥମ ମ୍ୟାଚରେ ସ୍ପେନକୁ ୫-୪ ଗୋଲରେ ପରାସ୍ତ କରିଥିଲା। ଭାରତ ମାର୍ଚ୍ଚ ୧୨ ଓ ୧୩ରେ ଜର୍ମାନୀ ସହ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଅଗ୍ନିଶମ ସେବା ମହା ନିର୍ଦେଶକ ଅରୁଣ ରାୟ ଏହି ମ୍ୟାଚ୍ରେ ଅତିଥି ଭାବେ ପୁରସ୍କାର ପ୍ରଦାନ କରିଥିଲେ।
କଳିଙ୍ଗରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକି : ଭାରତର ୨ୟ ପରାଜୟ ; ଖାତା ଖୋଲିଲା ସ୍ପେନ୍
Popular Categories



