ପ୍ୟାରିସ ପୁସ୍ତକ ମେଳାରେ ଅତିଥି ଦେଶ ଭାବେ ଯୋଗ ଦେବ ଭାରତ

ମୁଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରେ ଆୟୋଜିତ ହେବାକୁ ଥିବା ପ୍ୟାରିସ ପୁସ୍ତକ ମେଳାରେ ଭାରତ ଅତିଥି ଦେଶ ଭାବେ ଯୋଗ ଦେବ। ପୂର୍ବରୁ ୨୦୦୨ ଏବଂ ୨୦୦୭ ପରେ ୨୦୨୦ରେ ପୁନର୍ବାର ଆନ୍ତର୍ଜାତିକ ପୁସ୍ତକ ମେଳାରେ ଅତିଥି ଭାବରେ ସାମିଲ ହେବାର ସୁଯୋଗ ଭାରତକୁ ମିଳିଛି। ଏହି ପୁସ୍ତକ ମେଳାରେ ୧୫ଟି ଭାରତୀୟ ପ୍ରକାଶନୀ ସଂସ୍ଥା ଓ ବିଭିନ୍ନ ଭାଷାର ୩୦ ଜଣ ଲେଖକ ଯୋଗ ଦେବେ।

ଫ୍ରେଞ୍ଚ ଦୂତାବାସରେ ଶିକ୍ଷା, ବିଜ୍ଞାନ ସଂସ୍କୃତି ପରାମର୍ଶଦାତା ତଥା ଫ୍ରେଞ୍ଚ ଇନଷ୍ଟିଚ୍ୟୁଟ ଇନ ଇଣ୍ଡିଆର ନିର୍ଦ୍ଦେଶକ ଡକ୍ଟର ବଟ୍ରାଣ୍ଡ ହର୍ଟିଙ୍ଗ କହିଛନ୍ତି, ପ୍ୟାରିସ ପୁସ୍ତକ ମେଳା କେବଳ ପୁସ୍ତକ ନୁହେଁ ବରଂ ବୁଦ୍ଧିଜୀବିମାନଙ୍କର ମଧ୍ୟ ସମ୍ମିଳନୀ। ସେ କହିଛନ୍ତି ଯେ ଏହି ମେଳା ମାଧ୍ୟମରେ ସାରା ୟୁରୋପରେ ଭାରତ ତାର ନୂତନ ଲେଖକ ଓ ନୂଆ ସୃଷ୍ଟିକୁ ପରିଚିତ କରାଇ ପାରିବ। ଏହା ବ୍ୟତୀତ ବୃହତ ପ୍ରକାଶନୀ ସଂସ୍ଥାଗୁଡ଼ିକ ସେମାନଙ୍କ ଯୋଜନାଗୁଡିକର ପରିପ୍ରକାଶ ପାଇଁ ଉନ୍ନତ ମଞ୍ଚ ପାଇପାରିବେ। ସେ କହିଛନ୍ତି ଯେ ଏହି ଯୋଗଦାନ ଫଳରେ ଭାରତ-ଫ୍ରାନ୍ସ ମଧ୍ୟରେ ପ୍ରକାଶକ, ଅନୁବାଦକ ଓ ସାହିତ୍ୟିକଙ୍କ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ ହୋଇ ପାରିବ।

Comments are closed.