www.samajalive.in
Monday, December 15, 2025
17.1 C
Bhubaneswar

୩ୟ ଟି-୨୦ ଆଜି : କର ବା ମର ସ୍ଥିତିରେ ଭାରତ

ପ୍ରୋଭିଡେନ୍‌ସ (ଗାୟନା) : କ୍ରମାଗତ ୨ୟ ମ୍ୟାଚ୍‌ରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ତା’ର ଶକ୍ତି ପ୍ରଦର୍ଶନ କରିଛି। ଏହାର ବ୍ୟାଟ୍‌ସମ୍ୟାନ୍ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ବେଳେ ବୋଲର ଶୃଙ୍ଖଳିତ ବୋଲିଂ କରିଛନ୍ତି। ଫଳରେ ଭାରତ ଉଭୟ ମ୍ୟାଚ୍‌ରେ ୧୬୦ ରନ୍‌ରେ ମଧ୍ୟ ପହଞ୍ଚି ପାରିନାହିଁ। ଅନ୍ୟପକ୍ଷରେ ନବାଗତ ତିଳକ ବର୍ମାଙ୍କୁ ଛାଡ଼ି ଭାରତର ଅନ୍ୟ ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଛନ୍ତି। ଏହାସହ ଅନଭିଜ୍ଞ ଭାରତୀୟ ବୋଲର ମଧ୍ୟ ଆକ୍ରମଣାତ୍ମକ ୱେଷ୍ଟଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନଙ୍କୁ ରୋକି ପାରିନାହାନ୍ତି। ଫଳତଃ ଭାରତ କ୍ରମାଗତ ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ପରାସ୍ତ ହୋଇଛି। ୱେଷ୍ଟଇଣ୍ଡିଜ୍‌ ଏବେ ୫ ମ୍ୟାଚ୍‌ର ଶୃଙ୍ଖଳାରେ ଆଗୁଆ ରହିଛି। ୨୦୧୬ ପରେ କ୍ରମାଗତ ୨ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତକୁ ୱେଷ୍ଟଇଣ୍ଡିଜ୍‌ ପରାସ୍ତ କରିଛି। ଅନ୍ୟପକ୍ଷରେ ୨୦୧୭ ପରେ ଭାରତ ବିପକ୍ଷରେ ଟି୨୦ ଶୃଙ୍ଖଳା ଜିତିବାର ନିକଟତର ହୋଇଛି ଇଣ୍ଡିଜ୍‌। ମଙ୍ଗଳବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ହେଲେ ଭାରତକୁ ୱେଷ୍ଟଇଣ୍ଡିଜ୍‌ର ବିଜୟଧାରା ରୋକିବାକୁ ପଡ଼ିବ।
ପୂର୍ବରୁ ଆଲୋଚନା ହୋଇଥିଲା ଯେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍ ଭାରତୀୟ ସ୍ପିନରଙ୍କ କିପରି ମୁକାବିଲା କରିବେ; ତାହା ଏହି ଶୃଙ୍ଖଳାର ଫଳାଫଳ ନିର୍ଦ୍ଧାରଣ କରିବ। ସତ କହିବାକୁ ଗଲେ ଗତ ୨ଟିଯାକ ମ୍ୟାଚ୍‌ରେ ଭାରତୀୟ ସ୍ପିନରଙ୍କୁ ଚମତ୍କାର ଢଙ୍ଗରେ ଘରୋଇ ବ୍ୟାଟ୍‌ସମ୍ୟାନ୍‌ ଖେଳିଛନ୍ତି। ଘରୋଇ ବ୍ୟାଟିଂର ନେତୃତ୍ବ ନେଇଛନ୍ତି ନିକୋଲାସ୍ ପୁରନ୍‌। ସିମ୍ରନ୍ ହେତ୍‌ମେୟରଙ୍କ ସହ ମିଶି ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ପୁରନ୍ ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଦ୍ରୁତଗତିରେ ସ୍କୋର୍ କରିଥିଲେ। ଉଭୟ ମ୍ୟାଚ୍‌ରେ ପୁରନ୍‌ ପ୍ରତ୍ୟାକ୍ରମଣ କରି ଭାରତୀୟ ସ୍ପିନରଙ୍କୁ ନିଷ୍ପ୍ରଭ କରି ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରଥମ ୨ଟି ମ୍ୟାଚ୍‌ରେ ପିଚ୍‌ ଧିମା ଥିବା ବେଳେ ୱେଷ୍ଟଇଣ୍ଡିଜ୍‌ର ବୋଲର ଗତିରେ ପରିବର୍ତ୍ତନ କରି ଭାରତୀୟଙ୍କୁ ନିୟମିତ ସଟ୍‌ ଖେଳିବାର ସ୍ବାଧୀନତା ଦେଇନାହାନ୍ତି। ଉଭୟ ମ୍ୟାଚ୍‌ ଶେଷଆଡ଼କୁ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ୱେ‌ଷ୍ଟଇଣ୍ଡିଜ୍‌ର ଖେଳାଳି ଥଣ୍ଡା ମିଜାଜ୍‌ରେ ଖେଳି ଦଳକୁ ଜିତାଇଛନ୍ତି। ୨ୟ ମ୍ୟାଚ୍‌ରେ ୧୩ ବଲ୍‌ରୁ ୩ ରନ୍‌ରେ ୱେଷ୍ଟଇଣ୍ଡିଜ୍‌ ୪ଟି ୱିକେଟ ହରାଇଥିଲେ ହେଁ ଅକିଲ୍‌ ହୋସେନ୍ ଓ ଆଲ୍‌ଜାରି ଜୋସେଫ୍‌ ଅବିଭାଜିତ ୯ମ ୱିକେଟ ପାଇଁ ୨୬ ରନ୍‌ ଯୋଡ଼ି ଦଳକୁ ଜିତାଇଥିଲେ। ପୁରନ୍‌ଙ୍କୁ ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ରୋଭ୍‌ମ୍ୟାନ ପୱେଲ୍‌ ଓ ୨ୟ ମ୍ୟାଚ୍‌ରେ ହେତ୍‌ମେୟର ସହଯୋଗ କରିଥିଲେ ହେଁ ପ୍ରଥମ ୩ ଜଣ ବ୍ୟାଟ୍‌ସମ୍ୟାନଙ୍କଠାରୁ ୱେଷ୍ଟଇଣ୍ଡିଜ୍‌ ଅଧିକ ରନ୍ ଆଶାକରୁଛି। ଅନ୍ୟପକ୍ଷରେ ଏହି ଧିମା ପିଚ୍‌ରେ ନବାଗତ ତିଳକ ବର୍ମାଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବଡ଼ ସ୍କୋର୍ କରିବାରେ ବିଫଳ ହୋଇଛନ୍ତି। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଭଲ ବୋଲିଂ କରୁଥିଲେ ହେଁ ଦକ୍ଷତା ଅନୁସାରେ ବ୍ୟାଟିଂ କରି ପାରିନାହାନ୍ତି। ପଡ଼ିଆରେ ତାଙ୍କର କିଛି ନିଷ୍ପତ୍ତି ପ୍ରଶ୍ନବାଚୀ ସୃଷ୍ଟିକରିଛି। ଇଣ୍ଡିଜ୍‌ ୮ଟି ୱିକେଟ ହରାଇବା ପରେ ମଧ୍ୟ ପାଣ୍ଡ୍ୟା ତାଙ୍କର ଶ୍ରେଷ୍ଠ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ବୋଲିଂ ଦେଇନଥିଲେ। ୨ୟ ଦିନିକିଆରେ ଅକ୍ଷର ପଟେଲ ଆଦୌ ବୋଲିଂ କରିନଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ୨ ଓଭରରୁ ୨୨ ରନ୍‌ ଦେଇଥିଲେ। ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ କାଏଲ୍‌ ମେୟର୍ସ ଉଭୟ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ମୋଟଉପ​‌େ​‌ର ୱେଷ୍ଟଇଣ୍ଡିଜ୍‌ ତା’ର ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ। ଅକ୍ଷର ପଟେଲ କିମ୍ବା ଈଶାନ୍ କିଷନ୍‌ଙ୍କ ସ୍ଥାନରେ ଭାରତ ଯଶସ୍ବୀ ଜୟସୱାଲଙ୍କୁ ଖେଳାଇପାରେ। ଅକ୍ଷରଙ୍କ ସ୍ଥାନରେ ଯଶସ୍ବୀ ଖେଳିଲେ ଭାରତୀୟ ବ୍ୟାଟିଂ ଲାଇନ୍ ଲମ୍ବା ହୋଇଯିବ। କୁଲଦୀପ ଯାଦବ ସୁସ୍ଥ ହୋଇ ଯାଇଥିବାରୁ ରବି ବିଷ୍ଣୋଇଙ୍କ ସ୍ଥାନରେ ସେ ଖେଳିବେ। ପୁରନ୍ ଏହି ଗ୍ରାଉଣ୍ଡରେ ଗତ ୩ଟି ଟ୍ବେଣ୍ଟି୨୦ରେ ଅର୍ଦ୍ଧଶତକ ମାରିଛନ୍ତି। ତେଣୁ ଭାରତ ଏହି ବାମହାତିଙ୍କୁ ଜଲ୍‌ଦି ଆଉଟ୍‌ କରିବାକୁ ଚାହିଁବ। ଶେଷରେ ସ୍ବୀକାର କରିବାକୁ ହେବ ଯେ ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ଉନ୍ନତ ବ୍ୟାଟିଂ କରିବାକୁ ପଡ଼ିବ। ବିଶେଷକରି ଶୁବ୍‌ମାନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବ ଜଲ୍‌ଦି ଫର୍ମକୁ ଫେରିବାକୁ ଭାରତ ଅପେକ୍ଷା କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories