www.samajalive.in
Sunday, December 14, 2025
14.1 C
Bhubaneswar

ଦାବି ପୂରଣ ନେଇ କଳା ବ୍ୟାଜ୍‌ ପରିଧାନ କଲେ ପିଇଓ ସଂଘ

ଫୁଲବାଣୀ : ବିଭିନ୍ନ ଦାବି ପୁରଣ ନେଇ ପିଇଓ ସଂଘ ପକ୍ଷରୁ ଆଜିଠୁ ସମସ୍ତେ କଳାବ୍ୟାଜ୍‌ ପରିଧାନ କରିଛନ୍ତି । ଏହି କଳାବ୍ୟାଚ ପରିଧାନ ଆସନ୍ତା ୧୭ ଯାଏ ଚାଲିବ ବୋଲି ସଂଘ ପକ୍ଷରୁ ଅନିଲ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ସେମାନଙ୍କ ଦାବି ମଧ୍ୟରେ ରହିଛି ଚାକିରିର ପ୍ରବେଶ ସମୟରେ ଥିବା ଯୁକ୍ତ ୨ ଯୋଗ୍ୟତା ଉଠାଇ ଯୁକ୍ତ ୩ ପାସ କରାଯିବା, ୨୦୧୭ ଓ ଆରଏସପି ପ୍ରକାରେ ଦରମା ହାର ଲେବେଲ୍‌ -୫ ୨୧ ହଜାର ୭ ଶହରୁ ଲେବେଲ -୯ ୩୫ ହଜାର ୪ ଶହ କରିବା, ନୂଆ ପଦ ସୃଷ୍ଟି କରିବା ସହ ୧୦ ବର୍ଷରୁ ଊର୍ଦ୍ଧ୍ବ ଚାକିରି କରିଥିବା ପିଇଓଙ୍କୁ ପଦନ୍ନୋତି ଦେବା ଆଦି ଦାବି ଅନ୍ତର୍ଭୁକ୍ତ। ଆସନ୍ତା ୧୭ ସୁଧା ସରକାର ଦାବି ପୂରଣ ନ କଲେ ୧୮ରୁ ସମୂହ ଛୁଟିରେ ରହିବେ ବୋଲି ସଂଘ ସଭାପତି ପଦ୍ମଚରଣ ମହାନ୍ତି କହିଛନ୍ତି। ଏଣୁ ସରକାର ସେମାନଙ୍କ ଦାବିଗୁଡ଼ିକ ସହୃଦୟତାର ସହ ବିଚାର କରିବାକୁ ସଂଘ ଦାବି କରିଛି । ଏନେଇ ପ୍ରତି ବ୍ଲକ ସଂଘ ପକ୍ଷରୁ ବିଡିଓଙ୍କ ଜରିଆରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories