www.samajalive.in
Monday, December 15, 2025
17.1 C
Bhubaneswar

ସ୍ପେସାଲ ସ୍କ୍ବାଡ ହାତରେ ୪ ଦୁର୍ଦାନ୍ତ ଅଭିଯୁକ୍ତ

ଭୁବ‌ନେଶ୍ବର/ତମାଣ୍ଡୋ : କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ ହାତରେ ୪ ଦୁର୍ଦାନ୍ତ ଅଭିଯୁକ୍ତ ଧରାପଡିଛନ୍ତି। ସେମାନଙ୍କୁ ସୋମବାର ତମାଣ୍ଡୋ ଥାନା ପୁଲିସ ଅଦାଲତ ଚାଲାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଅତ୍ୟାଧୁନିକ କାର୍ବାଇନ୍‌, ୨ଟି ୯ ଏମ୍‌ଏମ୍‌ ପିସ୍ତଲ, ୭ଟି ମୋବାଇଲ ଫୋନ, ୩ଟି କାର୍‌ ଓ ୨୦ଟି ଜୀବନ୍ତ ଗୁଳି ସହ ୪ଟି ମାଗାଜିନ୍‌ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଉପରୋକ୍ତ ଅପରାଧୀ ଦଳର କାର୍ପଟଦାର ଖଣ୍ଡଗିରି ଥାନା ସରକନ୍ତରା ଗ୍ରାମର ସଞ୍ଜୟ ଖୁଣ୍ଟିଆ ଓରଫ ବାପୁନି (୩୪), ଖୋର୍ଦ୍ଧା ସଦର ଥାନା ଅଧୀନ ଶିଆଳିଆପାଟଣା ଗ୍ରାମର ଶିବ କୁମାର ନାଳି (୪୭), ବେଗୁନିଆ ଥାନା ଅଧୀନ କୁଶପଲ୍ଲା ଗ୍ରାମର ବଟକ୍ରିଷ୍ଣ ପାଣି ଓରଫ ବଟ ପାଣି (୫୦) ଓ ଦୁର୍ଗାପୁର ଗ୍ରାମର ପ୍ରକାଶ ରାଉତରାୟ (୪୪)। ଗିରଫ ଅପରାଧୀଙ୍କ ନାଁରେ ମାଳ ମାଳ ସଙ୍ଗିନ ମାମଲା ରହିଛି। ମାମଲାରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟକୁ ଜିମାରେ ଆଣିବାକୁ ଯୋଜନା କରିଛି। ଜବତ କାର୍ବାଇନ ନିଷିଦ୍ଧ ମାରଣାସ୍ତ୍ର ହୋଇଥିବା ବେଳେ ସଞ୍ଜୟ ଏହାକୁ କେଉଁଠୁ ଆଣିଥିଲା, ସେନେଇ ପୁଲିସ ଖୋଳତାଡ଼ ଚଳାଇଛି। ଓଡ଼ିଶା ପୁଲିସ ପୂର୍ବରୁ ଡି ବ୍ରଦର୍ସ ଗୋଷ୍ଠୀ ନିକଟରୁ କାର୍ବାଇନ ଜବତ କରିଥିଲା। ପୁଲିସ ପାଇଁ ଏହା ଦ୍ବିତୀୟ ଘଟଣା ବୋଲି ଜଣାପଡ଼ିଛି। ସଞ୍ଜୟ ୨୦୦୮ରେ ପୁଲିସ ଗୁଳିରେ ମୃତ ନୟାଗଡ଼ର କୁଖ୍ୟାତ ଅପରାଧୀ ଚଗଲା ମଲ୍ଲିକର ସହଯୋଗୀ ଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ସେହିପରି ବଟ ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ଥିଲା। ତା’ ନାଁରେ ଏକାଧିକ ଗୋ-ଚାଲାଣ ମାମଲା ରହିଛି।
ପୁଲିସ ଉପାୟୁକ୍ତ ପ୍ରତୀକ ସିଂହଙ୍କ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଦଳ ଖୋର୍ଦ୍ଧା ଅଞ୍ଚଳର ଖଣି ମାଫିଆଙ୍କୁ ସୁରକ୍ଷା ଦେଉଥିଲେ। ବେଆଇନ ପଥର ଓ ମୋରମ୍‌ ଚାଲାଣ ପାଇଁ ଏମାନେ ଗାଡ଼ିକୁ ସୁରକ୍ଷା ଯୋଗାଉଥିଲେ। ଗୋ-ଚାଲାଣ ଗାଡ଼ିକୁ ସୁରକ୍ଷା ଦେଇ ଜିଲା ପାର କରାଉଥିଲେ। ରବିବାର ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ଅଞ୍ଚଳରେ ଏହି ୪ ଜଣିଆ ଦଳ ଏକାଠି ହୋଇଥିଲେ। ରାଜଧାନୀର କୌଣସି ଏକ ସ୍ଥାନରେ ବଡ଼ଧରଣର ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ସ୍ପେଶାଲ ସ୍କ୍ବାଡ ମୁଖ୍ୟ ହିମାଂଶୁ ସ୍ବାଇଁ ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହି ସୂଚନାକୁ ଆଧାର କରି ସ୍ପେଶାଲ ସ୍କ୍ବାଡ ଦଳ ଓ ତମାଣ୍ଡୋ ଥାନା ପୁଲିସ ମିଳିତ ଚଢ଼ଉ କରି ପ୍ରଥମେ କାର୍ପଟଦାର ସଞ୍ଜୟକୁ କାବୁ କରିବାରେ ସଫଳ ହୋଇଥିଲେ। ଯାଞ୍ଚ ପରେ ତା’ ନିକଟରୁ ଉପରୋକ୍ତ କାର୍ବାଇନ, ୧୨ ରାଉଣ୍ଡ ଗୁଳି, ୨ଟି ମାଗାଜିନ ସମେତ ବ୍ୟବହୃତ କାରକୁ ଜବତ କରିଥିଲେ। ତାକୁ ଥାନାକୁ ଆଣି ପଚରାଉଚରା କରିଥିଲେ। ଅଭିଯୁକ୍ତର ବୟାନକୁ ଆଧାର କରି କଳିଙ୍ଗନଗର ଅଞ୍ଚଳରେ ପୁଲିସ ଚଢ଼ଉ କରି ତା’ ସହଯୋଗୀ ବଟ, ପ୍ରକାଶ ଓ ଶିବକୁ ଧରିଥିଲା। ସେମାନଙ୍କ ନିକଟରୁ ପୁଲିସ ୨ଟି ପିସ୍ତଲ, ୮ ରାଉଣ୍ଡ ଗୁଳି, ଦୁଇଟି କାର୍‌କୁ ପୁଲିସ ଜବତ କରିଥିଲା। ଅଭିଯୁକ୍ତ ସଞ୍ଜୟ ନାମରେ ଖଣ୍ଡଗିରି ଓ ଧଉଳି ଥାନାରେ ହତ୍ୟା, ବନ୍ଧୁକ ଚାଲାଣ ଭଳି ଏକାଧିକ ମାମଲା ରହିଛି। ୨୦୧୪ ବହୁଚର୍ଚ୍ଚିତ ସରକନ୍ତରା ଗ୍ରାମର କୃତିବାସ ପରିଡ଼ା ଓରଫ ସୋନୁ ହତ୍ୟାକାଣ୍ଡ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲା। ଜାମିନ ପାଇବା ପରେ ସଞ୍ଜୟ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିଲା। ସେହିପରି ବଟ ଗ୍ୟାଙ୍ଗଷ୍ଟର ଟିଟୋର ଗୋ-ଚାଲାଣ ସମ୍ଭାଳୁଥିଲା। ତା’ ନାମରେ ବେଗୁନିଆ, ଖୋର୍ଦ୍ଧା ଆଦର୍ଶ ଥାନା ଓ ତମାଣ୍ଡୋ ଥାନାରେ ପୂର୍ବରୁ ମାମଲା ରହିଛି। ଅଭିଯୁକ୍ତ ପ୍ରକାଶ ନାଁରେ ବେଗୁନିଆ ଓ ଖୋର୍ଦ୍ଧା ସଦର ଥାନାରେ ୭ଟି ସଙ୍ଗୀନ ମାମଲା ରହିଛି। ଖଣି ମାଲିକମାନଙ୍କ ଠାରୁ ଅଭିଯୁକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ଦାଦାବଟି ଆଦାୟ କରୁଥିଲେ। ଏହାସହ ଅପରାଧୀମାନେ ଗୋ-ଚାଲାଣକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ଖୋର୍ଦ୍ଧା, ନୟାଗଡ଼ ଓ ଭୁବନେଶ୍ବର ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ ଥିଲେ। ଶେଷରେ ସ୍ପେଶାଲ ସ୍କ୍ବାଡ ହାତରେ ଧରାପଡିଲେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପାୟୁକ୍ତ ଶ୍ରୀ ସିଂହ ଉପରୋକ୍ତ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories