www.samajalive.in
Monday, December 15, 2025
24.1 C
Bhubaneswar

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ଶୃଙ୍ଖଳା ୨-୨ରେ ବରାବର, ଆଜି ନିର୍ଣ୍ଣାୟକ ମ୍ୟାଚ

ଲୌଡରହିଲ (ଆମେରିକା): ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଗତକାଲି ଅନୁଷ୍ଠିତ ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ୱେଷ୍ଟଇଣ୍ଡିଜ୍‌କୁ ୯ ୱିକେଟ୍‌ରେ ଭାରତ ପରାସ୍ତ କରିଛି। ୦-୨ରେ ପଛୁଆ ଥିବା ସତ୍ତ୍ବେ କ୍ରମାଗତ ୨ୟ ବିଜୟ ହାସଲକରି ଭାରତ ୫ ମ୍ୟାଚ୍‌ର ଶୃଙ୍ଖଳାକୁ ୨-୨ ସ୍ଥିତିକୁ ଆଣିପାରିଛି। ସିମ୍ରନ୍ ହେତ୍‌ମେୟରଙ୍କ ଅର୍ଦ୍ଧଶତକ ଓ ସୈ ହୋପ୍‌ଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‌ ୮ ୱିକେଟରେ ୧୭୮ ରନ୍‌ କରିଥିଲା। ପରେ ଯଶସ୍ବୀ ଓ ଗିଲ୍‌ଙ୍କ ପ୍ରହାର ବଳରେ ୧୭ ଓଭରରେ ୧ ୱିକେଟ ହରାଇ ଜିତିଥିଲା। ରବିବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ନିର୍ଣ୍ଣାୟକ ୫ମ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ।

୧୭୯ ରନ୍‌ ଲକ୍ଷ୍ୟରେ ଦୁଇ ଯୁବ ଭାରତୀୟ ଓପ୍‌ନର ଚମତ୍କାର ପ୍ରାରମ୍ଭ କରିଥିଲେ। ପ୍ରଥମ ଓଭରରୁ ଯଶସ୍ବୀ ଆକ୍ରମଣ ଆରମ୍ଭ କରିଥିଲେ ଏବଂ ପରେ ଶୁବ୍‌ମାନ ଗିଲ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶୁବ୍‌ମାନ ୩୦ ବଲ୍‌ରୁ ଓ ଯଶସ୍ବୀ ୩୨ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୫.୩ ଓଭରରେ ଦୁହେଁ ୧୬୫ ରନ୍‌ ଯୋଡ଼ିବା ପରେ ଗିଲ୍‌ ୪୭ ବଲ୍‌ରୁ ୫ଟି ଛକା ଓ ୩ଟି ଚୌକା ସହ ୭୭ ରନ୍‌କରି ଆଉଟ୍‌ ହୋଇଥିଲେ। ବାମହାତି ଯଶସ୍ବୀ ଜୟସୱାଲ ୫୫ ବଲ୍‌ରୁ ୩ଟି ଛକା ଓ ୧୧ଟି ଚୌକା ସହ ଏବଂ ତିଳକ ବର୍ମା ୭ ରନ୍‌କରି ଅପରାଜିତ ଥିଲେ। ଯଶସ୍ବୀ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories