www.samajalive.in
Sunday, December 14, 2025
26.1 C
Bhubaneswar

ଚମତ୍କାର ପ୍ରତ୍ୟାବର୍ତ୍ତନ, ଭାରତ ୪ର୍ଥ ଥର ପୁରୁଷ ଏସିଆନ ଚମ୍ପିଆନ୍‌ସ ଟ୍ରଫି ବିଜେତା

ଚେନ୍ନଇ: ଆୟୋଜକ ଭାରତ ସର୍ବାଧିକ ୪ର୍ଥ ଥର ପୁରୁଷ ଏସିଆନ ଚମ୍ପିଆନ୍‌ସ ଟ୍ରଫି ବିଜେତା ଆଖ୍ୟା ଅର୍ଜନ କରିଛି। ଶନିବାର ୭ମ ସଂସ୍କରଣର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତକରି ବିଜେତା ହୋଇଛି। ୪୫ ମିନିଟ୍ ସୁଦ୍ଧା ୧-୩ ଗୋଲ୍‌ରେ ପଛୁଆ ଥିବା ଭାରତ କ୍ରମାଗତ ୩ଟି ଗୋଲ୍‌ଦେଇ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଚମ୍ପିଆନ୍ ହୋଇଛି। ପ୍ରଥମ ଥର ଫାଇନାଲ ଖେଳିଥିବା ମାଲେସିଆକୁ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଛି। ଭାରତ ପୂର୍ବରୁ ୨୦୧୧, ୨୦୧୬ ଓ ୨୦୧୮ରେ ବିଜେତା ହୋଇଥିଲା।

ମ୍ୟାଚ ପ୍ରାରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୯ ମିନିଟ୍‌ରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଯୁଗରାଜ ସିଂହ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଭାରତର ଉକ୍ତ ଅଗ୍ରଣୀକୁ ମାଲେସିଆ ବେଶି ସମୟ ତିଷ୍ଠି ରଖିବାକୁ ଦେଇନଥିଲା। ୧୪ ମିନିଟ୍‌ରେ ମାଲେସିଆ ପକ୍ଷରୁ ଆଜାରି ଅବୁ କମାଲ ଗୋଲ ଦେଇଥିଲେ। ୨ୟ କ୍ବାର୍ଟର ପ୍ରାରମ୍ଭରୁ ମାଲେସିଆ ଗୋଲ ଦେଇ ଭାରତ ଉପରେ ଚାପ ପକାଇଥିଲା। ୧୮ ମିନିଟ୍‌ରେ ମାଲେସିଆକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ରହିମ ରିଆଜ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଭାରତ ଗୋଲ ବରାବର କରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ମାଲେସିଆ କୌଣସି ସୁଯୋଗ ଦେଇନଥିଲା। ୨୮ ମିନିଟ୍‌ରେ ମାଲେସିଆ ଆଉ ଏକ ଗୋଲ ଦେଇଥିଲା। ମାଲେସିଆକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ମହମ୍ମଦ ଅମିନଉଦ୍ଦିନ ଗୋଲରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ମାଲେସିଆ ୩-୧ ଗୋଲରେ ଆଗୁଆ ରହିଥିଲା। ୩ୟ କ୍ବାର୍ଟରରେ ଭାରତ ମ୍ୟାଚକ୍ୁ ଫେରିବା ନେଇ ଘନଘନ ଆକ୍ରମଣ କରିଥିଲା।

- Advertisement -

୪୫ ମିନିଟ୍‌ରେ ଭାରତ କ୍ରମାଗତ ୨ଟି ଗୋଲ ଦେଇ ସ୍କୋର୍‌ ୩-୩ କରିଥିଲା। ପେନାଲ୍‌ଟି ଷ୍ଟ୍ରୋକ୍‌କୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ମ୍ୟାଚକୁ ୨-୩ ସ୍ତରକୁ ଆଣିଥିଲେ। ଗୁର୍‌ଜାଣ୍ଟ ସିଂହ ଭାରତ ପାଇଁ ୩ ଗୋଲ ଦେଇଥିଲେ। ଅନ୍ତିମ କ୍ବାର୍ଟର ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୫୬ ମିନିଟ୍‌ରେ ଭାରତ ପକ୍ଷରୁ ଆକାଶଦୀପ୍‌ ସିଂହ ଗୋଲ ଦେଇ ଦଳକୁ ୪-୩ରେ ଆଗୁଆ କରିଥିଲେ। ମାଲେସିଆ ​‌େ​‌ଶଷ ୪ ମିନିଟ୍‌ରେ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ଶେଷରେ ଭାରତ ମ୍ୟାଚକୁ ୪-୩ ଗୋଲରେ ଜିତିବାରେ ସଫଳ ହୋଇଥିଲା। ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ୮ଟି ଗୋଲ ଦେଇଥିଲେ। ଜାପାନ ୩ୟ ସ୍ଥାନ ହାସଲ କରିଛି। ୩ୟ ସ୍ଥାନ ପାଇଁ ମ୍ୟାଚ୍‌ରେ ଜାପାନ ୫-୩ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ୩ୟ ସ୍ଥାନ ହାସଲ କରିଛି। ଜାପାନ ପକ୍ଷରୁ ଓକା ରୋୟମା ୩, କାଟୋ ରୋସାୟା ୯, ଫୁକାଡା କେଣ୍ଟ୍ରା ୨୮, ୟାମାଡୋ ସୋଟା ୫୩ ଓ ନାଗାସାକି କେନ୍‌ ୫୬ ମିନିଟ୍‌ରେ ଗୋଲ ଦେଇଥିଲେ। ଦକ୍ଷିଣ କୋରିଆ ପକ୍ଷରୁ ଜଙ୍ଗ ଜୁଆଙ୍ଗ ୨୫ ଓ ୩୩ ମିନିଟ୍‌ରେ ଦୁଇଟି, ପାର୍କ ଚିଲୋସନ ୨୬ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories