www.samajalive.in
Monday, December 15, 2025
16.1 C
Bhubaneswar

ୱେଷ୍ଟଇଣ୍ଡିଜ୍‌କୁ ୬୮ ରନ​ରେ ହରାଇଲା ଭାରତ

ଟାରୌବା(ୱେଷ୍ଟଇଣ୍ଡିଜ୍‌): ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚକୁ ଭାରତ ସହଜରେ ଜିତି ନେଇଛି । ଶୁକ୍ରବାର ଟାରୌବାର ବ୍ରାଏନ ଲାରା ଷ୍ଟାଡ଼ିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୬୮ ରନରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ଏଥି ସହିତ ଭାରତ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି । ସୋମବାର ଦ୍ବିତୀୟ ମ୍ୟାଚ ଖେଳାଯିବ।
ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୧୯୦ରନ କରିଥିଲା। ୧୯୧ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୱେଷ୍ଟଇଣ୍ଡିଜ୍‌ ନିୟମିତ ବ୍ୟବଧାନରେ ୱିକେଟ ହରାଇବା ସହିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୨ରନ କରିବାକୁ ସକ୍ଷମ ହୋଇଥିଲା। ସାମ୍‌ସ ବ୍ରୁକ୍ସ ସର୍ବାଧିକ ୨୦ , କିମୋ ପଲ୍‌ ୧୯ ଓ ନିକୋଲାସ ପୁରନ ୧୮ରନ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ୍‌ ସିଂହ, ରବିଚନ୍ଦ୍ରନ ଅଶ୍ବିନ ଓ ରବି ବିଷ୍ଣୋୟୀ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ୱେଷ୍ଟଇଣ୍ଡିଜ୍‌ ଅଧିନାୟକ ନିକୋଲାସ ପୁରନ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲେ। ସୂର୍ଯ୍ୟକୁମାର ଓ ରୋହିତ ପ୍ରଥମ ୱିକେଟରେ ୪୪ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାର ୧୬ଟି ବଲରୁ ୩ଟି ଚୌକା ଓ ଗୋଟିଏ ଛକା ସହ ୨୪ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟର ପତନ ମାତ୍ର ୧ ରନ ବ୍ୟବଧାନରେ ଘଟିଥିଲା। ଫର୍ମରେ ଥିବା ଶ୍ରେୟାସ ଆୟର ଖାତା ଖୋଲି ପାରିନଥିଲେ। ୩ୟ ୱିକେଟରେ ଋଷଭ ପନ୍ତ୍‌ ଓ ରୋହିତ ୪୩ରନ ସଂଗ୍ରହ କରିଥିଲେ। ୮୮ରନ ସ୍କୋର ଥିବାବେଳେ ପନ୍ତ୍‌ ୧୪ରନ କରି ଆଉଟ୍‌ ହୋଇଥିଲେ।

- Advertisement -

୪ର୍ଥ ୱିକେଟ ପାଇଁ ହାର୍ଦିକ ପାଣ୍ଡ୍ୟା ଓ ରୋହିତ ୧୪ରନ ଯୋଡିଥିଲେ। ୧୦୨ରନ ସ୍କୋର ଥିବାବେଳେ ହାର୍ଦିକ ୧ରନ କରି ଆଉଟ୍‌ ହୋଇଥିଲେ। ଗୋଟିଏ ପଟେ ୱିକେଟ ପତନ ଘଟିଚାଲିଥିବାବେଳେ ଅନ୍ୟପଟେ ରୋହିତ ଦାୟିତ୍ବପୂର୍ଣ୍ଣ ଇନିଂସ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ରବୀନ୍ଦ୍ର ଜାଡେଜାଙ୍କ ସହ ରୋହିତ ୫ମ ୱିକେଟରେ ୨୫ରନ ସଂଗ୍ରହ କରିଥିଲେ। ୧୨୭ରନ ସ୍କୋର ଥିବାବେଳେ ରୋହିତ ୪୪ଟି ବଲରୁ ୭ଟି ଚୌକା ଓ ୨ଟି ଛକା ସହ ୬୪ରନ କରି ଆଉଟ୍‌ ହୋଇଥିଲେ। ଜାଡେଜା ୧୩ଟି ବଲରୁ ୨ଟି ଚୌକା ସହ ୧୬ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ଦିନେଶ କାର୍ତ୍ତିକଙ୍କ ୪୧ରନ ବଳରେ ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୯୦ରନ କରିଥିଲା। କାର୍ତ୍ତିକ ୧୯ଟି ବଲରୁ ୪ଟି ଚୌକା ଓ ୨ଟି ଛକା ସହ ୪୧ ଓ ରବିଚନ୍ଦ୍ରନ ଅଶ୍ବିନ ୧୩ରନ କରି ଅପରାଜିତ ରହିଥିଲେ। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଆଲଜାରି ଜୋଶେଫ ୨ଟି ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories