www.samajalive.in
Sunday, December 14, 2025
19.1 C
Bhubaneswar

ବର୍ଷାଙ୍କୁ ଦିଲ୍ଲୀ ପୁଲିସର ସମନ

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଥମୁନି । ସାଂସଦ ଅନୁଭବଙ୍କ କର୍ମଚାରୀ ସୁଜିତ୍‌ ଦଳେଇଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗକୁ ଆଧାର କରି ବର୍ଷାଙ୍କ ନାଁରେ ଦିଲ୍ଲୀ ପୁଲିସରେ ଏକ ମାମଲା ରୁଜୁ ହୋଇଛି । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମା’ଙ୍କୁ ବି ସମନ ଜାରି ହୋଇଥିବା ଜଣାପଡିଛି । ପୁରୀଘାଟ ଥାନା ମାଧ୍ୟମରେ ଦିଲ୍ଲୀ ପୁଲିସ ବର୍ଷାଙ୍କୁ ଏହି ସମନ ଜାରି କରିଛି । ବର୍ଷା ଥାନାକୁ ଆସି ସମନ ନେଇଥିବା ଜଣାପଡିଛି।

ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀ ସୁଜିତଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ଉଠିଥିଲା । ୨୦୧୯ ଜୁଲାଇ ୯ ତାରିଖର ଘଟଣାବଳୀକୁ ୨୦୨୨ ଜୁଲାଇରେ ଦିଲ୍ଲୀ ପଲିସ ମାମଲା ପଞ୍ଜିକୃତ କରିବା ପରେ ଏବେ ବର୍ଷାଙ୍କ ଅଡୁଆ ବଢିଛି । ଏହି ମାମଲାରେ ବର୍ଷାଙ୍କ ସହିତ ତାଙ୍କ ଝିଆରୀ ଏବଂ ତାଙ୍କ ମା’ ନଁାରେ ଦିଲ୍ଲୀ ପୁଲିସ ସମନ ଜାରି କରିଛି। ବଡକଥା ହେଉଛି ଗତ ୨୫ ତାରିଖରେ ଦିଲ୍ଲୀର ଏକ ଟିମ୍ ନିକଟରେ କଟକ ଆସିଥିଲା।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories