MEllora 950×100

ଋଣ କିସ୍ତି ଦେବାରେ ବିଫଳତା ଆଶଙ୍କା; ଆମେରିକାର ସହାୟତା ଲୋଡ଼ିଲେ ପାକ୍ ସେନାମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ସେନାମୁଖ୍ୟ ଜେନେରାଲ କ୍ବାମାର ଜାଭେଦ ବାଜୱା ଆମେରିକା ଠାରୁ ଆର୍ଥିକ ସହାୟତା ଲୋଡିଛନ୍ତି । ପାକିସ୍ତାନ ଆଗାମୀ ଦିନରେ ଋଣ ବାବାଦ କିସ୍ତି ପୈଠ କରିବାରେ ବିଫଳତା ଆଶଙ୍କା କରି ଜେନେରାଲ ବାଜୱା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ୍‌)ରୁ ତୁରନ୍ତ ଋଣ ମଞ୍ଜୁର ଦିଗରେ ସହାୟତା କରିବାକୁ ଆମେରିକାକୁ ନିବେଦନ କରିଛନ୍ତି। ପାକିସ୍ତାନର ବିଦେଶୀ ମୁଦ୍ରା ପାଣ୍ଠିରେ ଦ୍ରୁତ ହ୍ରାସ ପାଇବାରେ ଲାଗିଛି। ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର କହିବା ଅନୁଯାୟୀ ଦେଶରେ ଏବେ ମାତ୍ର ୮୫୭୫ ନିୟୁତ ଡଲାର ବିଦେଶୀ ମୁଦ୍ରା ଗଚ୍ଛିତ ଅଛି। ବିଦେଶୀ ଋଣ ପରିଶୋଧ ଓ ଅନ୍ୟାନ୍ୟ ଦେୟ ପୈଠ ଯୋଗୁଁ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି।

Comments are closed.