୨ୟ ଟି-୨୦: ଦକ୍ଷିଣ ଆଫ୍ରିକା ଆଗରେ ୨୩୮ ରନରେ ଟାର୍ଗେଟ
କେଏଲ୍ ରାହୁଲ ଓ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ
ଗୁଆହାଟୀ: ଗୁଆହାଟୀସ୍ଥିତ ବାରସପରା କ୍ରିକେଟ ଷ୍ଟାଡିୟମ୍ରେ ପ୍ରାରମ୍ଭିକ ବ୍ୟାଟର କେଏଲ୍ ରାହୁଲ ଓ ମଧ୍ୟକ୍ରମର ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୩୭ ରନ୍ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଟିମ୍କୁ ୨୩୮ ରନ୍ର ଟାର୍ଗେଟ ଦେଇଛି ଭାରତ। ଦକ୍ଷିଣ ଆଫ୍ରିକା ଟସ୍ ଜିଣିଥିଲା ଏବଂ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। କେଏଲ୍ ରାହୁଲ ଓ ଅଧିନାୟକ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୯୬ ରନ୍ର ଭାଗିଦାରୀ ହେବା ସହିତ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଥିଲେ। କେଏଲ୍ ରାହୁଲ ୨୮ଟି ବଲ୍ ସମ୍ମୁଖିନ ହୋଇ ୫ଟି ଚୌକା ଓ ୪ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୫୭ ରନ୍ ସଂଗ୍ରହ କରିଥିଲେ। ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ରନ୍ ୪୩ ରନ୍ ରହିଥିବାବେଳେ ସେ ୩୭ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଭାରତ ପ୍ରଥମ ୱିକେଟ୍ ଭାବେ ରୋହିତ ଓ ସ୍କୋର ୧୦୭ ରନ୍ରେ କେଏଲ୍ ରାହୁଲଙ୍କୁ ହରାଇଥିଲା।
ତୃତୀୟ ୱିକେଟ୍ ପାଇଁ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ୧୦୨ ରନ୍ର ଭାଗିଦାରୀ ହୋଇପାରିଥିଲେ। ସୂର୍ଯ୍ୟକୁମାର ଯାଦବ (୬୧ ରନ୍) ୨୨ଟି ବଲ୍ ଖେଳି ୫ଟି ଚୌକା ଓ ସମାନ ପରିମାଣର ଛକା ମାରିଥିଲେ। ବିରାଟ କୋହଲି ୨୮ଟି ବଲ୍ ଖେଳି ୪୯ ରନ୍ ସଂଗ୍ରହ କରିଥିଲେ। ସେ ୭ଟି ଚୌକା ଓ ଗୋଟିଏ ଛକା ମାରି ଅପରାଜିତ ପାଭଲିଅନକୁ ଫେରିଥିଲେ। ଦିନଶେ କାର୍ତ୍ତିକ ୭ଟି ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ବଳରେ ୧୭ ଅପରାଜିତ ୧୭ ରନ୍ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ କେଶବ ମହାରାଜଙ୍କୁ ୨ଟି ୱିକେଟ ମିଳିଥିଲା।
Comments are closed.