www.samajalive.in
Wednesday, December 10, 2025
16.1 C
Bhubaneswar

ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ-ବାଂଲାଦେଶ ଶେଷ ଟ୍ବେଣ୍ଟି-୨୦: ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ନାଗପୁର : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଉ କିଛି ସମୟ ପରେ ମହାରାଷ୍ଟ୍ରର ନାଗପୁରରେ ଥିବା ଭିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ସନ୍ଧ୍ୟା ୭ଟା ସମୟରେ ଏହି ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚ୍‌ ଜିତି ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଭାରତ ଓ ବାଂଲାଦେଶ ଦଳ। ଟ୍ବେଣ୍ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିଲା। ବର୍ତ୍ତମାନ ସିରିଜ୍‌ ୧-୧ ସ୍ଥିତିରେ ରହିଥିବା ବେଳେ ତୃତୀୟ ମ୍ୟାଚ୍‌ ଜିତି ଉଭୟ ଦଳ ସିରିଜ୍‌ ହାତେଇବାକୁ ନିଶ୍ଚିତ ଭାବେ ଉଦ୍ୟମ କରିବେ।
ଏହି ମ୍ୟାଚର ସିଧାପ୍ରସାରଣ ଷ୍ଟାର ସ୍ପୋଟ୍ସ ଚ୍ୟାନେଲ ମାଧ୍ୟମରେ ପ୍ରସାରିତ ହେବ। ଏହାର ଲାଇଭ ଷ୍ଟ୍ରିମିଙ୍ଗ୍ ହଟଷ୍ଟାରରେ ଦେଖିପାରିବେ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories