ଭାରତ-ଆମେରିକା ବହୁକ୍ଷେତ୍ରୀୟ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଆଲୋଚନା

ଡେସ୍କ: ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ଏକ ବହୁକ୍ଷେତ୍ରୀୟ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନାକୁ ଆଗେଇ ନେବା ପ୍ରକ୍ରିୟାରେ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଉଭୟ ପକ୍ଷ ପାରସ୍ପରିକ ଲାଭଦାୟକ, ବହୁକ୍ଷେତ୍ରୀୟ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରିବାକୁ ଯୋଜନା ଘୋଷଣା କରିଥିଲେ। ସେ କହିଛନ୍ତି ଯେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆମେରିକାରେ ଅଛନ୍ତି ଏବଂ ତାଙ୍କ ପ୍ରତିପକ୍ଷଙ୍କୁ ଭେଟିଛନ୍ତି। ଶ୍ରୀ ଜୈସୱାଲ କହିଛନ୍ତି ଯେ ବିଟିଏର ଉଦ୍ଦେଶ୍ୟ ହେଉଛି ଦ୍ୱିପାକ୍ଷିକ ବାଣିଜ୍ୟକୁ ସୁଦୃଢ଼ ଏବଂ ଗଭୀର କରିବା, ବଜାର ପ୍ରବେଶ ବୃଦ୍ଧି କରିବା, ଶୁଳ୍କ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକ ହ୍ରାସ କରିବା ଏବଂ ଯୋଗାଣ ଶୃଙ୍ଖଳା ଏକୀକରଣକୁ ଦୃଢ଼ କରିବା।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ବ୍ରିଟେନ ଗସ୍ତ ସମୟରେ ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ରଣଧୀର ଜୈସୱାଲ କହିଛନ୍ତି ଯେ ଭାରତ ବ୍ରିଟେନ କର୍ତ୍ତୃପକ୍ଷଙ୍କୁ ଗଭୀର ଉଦବେଗ ଜଣାଇଛି।

Comments are closed.