www.samajalive.in
Monday, December 15, 2025
15.1 C
Bhubaneswar

ଗୋଲାପି ବଲ୍‌ରେ ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ : ଶନିବାରଠାରୁ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଭାରତ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ​‌େ​‌ଖଳିବ। ଏହି ମ୍ୟାଚ୍‌ ଦିବାରାତ୍ର ହେବ ଏବଂ ଗୋଲାପି ବଲ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଘରୋଇମାଟିରେ ଗୋଲାପି ବଲ୍‌ ଟେଷ୍ଟରେ ଅପରାଜିତ ରହିଥିବା ଭାରତ ଏହା ବଜାୟ ରଖିବାକୁ ଚାହିଁବ। ପୁଣି ଏହି ମ୍ୟାଚ୍‌ ଜିତି ଭାରତର ନିୟମିତ ଟେଷ୍ଟ ଅଧିନାୟକ ନିଯୁକ୍ତହେବା ପରେ ରୋହିତ ଶର୍ମା ଶୃଙ୍ଖଳାକୁ ପୋଛିବା ଲକ୍ଷ୍ୟରେ ରହିଛନ୍ତି। ମୋହାଲିରେ ପ୍ରଥମ ଟେଷ୍ଟକୁ ୩ ଦିନ ମଧ୍ୟରେ ଜିତିବା ପରେ ବେଙ୍ଗାଲୁରୁରେ ଫ୍ଲଡ୍‌ଲାଇଟ୍‌ରେ ଭାରତୀୟ ଦଳ ୨ୟ ଟେଷ୍ଟକୁ ମଧ୍ୟ ସହଜରେ ଜିତିବା ଲାଗି ବଡ଼ ଦାବିଦାର ରହିଛି। ବିଶ୍ବର ୧ନଂ ଟେଷ୍ଟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଅପରାଜିତ ୧୭୫ ରନ୍‌ କରିବା ସହ ୯ଟି ୱିକେଟ ନେଇ ମୋହାଲିରେ ଭାରତୀୟ ବିଜୟର ବିନ୍ଧାଣୀ ସାଜିଥିଲେ। ଏହି ମ୍ୟାଚ୍‌ ପରେ ରୋହିତ ଶର୍ମାଙ୍କ ନେତୃତ୍ବକୁ ବହୁତ ପ୍ରଶଂସା କରା ଯାଇଥିଲା।
ସୂଚନାଯୋଗ୍ୟ; ବିଶ୍ବରେ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ଆରମ୍ଭ ପରେ ବଡ଼ ଦଳ ଭାବେ ଭାରତ ଶେଷରେ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ଖେଳିଥିଲା। ୨୦୧୯ରେ କଲକାତାରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ଖେଳି ଭାରତ ଅଢ଼େଇଦିନରୁ କମ୍ ସମୟରେ ଏହାକୁ ଜିତି ନେଇଥିଲା। ଗତବର୍ଷ ଫେବୃଆରୀରେ ଅହମ୍ମଦାବାଦର ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡକୁ ୨ ଦିନରେ ଭାରତ ପରାସ୍ତ କରିଥିଲା। ଏହା ମଧ୍ୟରେ ୨୦୨୦ ଡିସେମ୍ବରରେ ଆଡିଲେଡ୍‌ରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ କୋହଲିଙ୍କ ଦଳ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ଖେଳି ୨ୟ ଇନିଂସରେ ୩୬ ରନ୍‌ରେ ଅଲ୍‌ଆଉଟ ହୋଇ ପରାସ୍ତ ହୋଇଥିଲା। ଶନିବାରଠାରୁ ଘରୋଇମାଟିରେ ଭାରତ ୨ୟ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ଖେଳିବାକୁ ଯାଉଛି। ଏହାକୁ ଜିତି ଘରୋଇମାଟିରେ କ୍ରମାଗତ ୩ୟ ଗୋଲାପି ବଲ୍‌ ଟେଷ୍ଟମ୍ୟାଚ୍‌ ଖେଳିବାକୁ ଭାରତ ଲକ୍ଷ୍ୟ ରଖିଛି। ପୁଣି ଏହି ବିଜୟ ସହ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଟେବୁଲ୍‌ରେ ଭାରତ ତା’ର ସ୍ଥାନ ମଜ୍‌ଭୁତ କରିବାକୁ ମଧ୍ୟ ଚାହିଁବ। ତେବେ ଦିବାରାତ୍ର ଟେଷ୍ଟମ୍ୟାଚ୍‌ର ଫଳାଫଳର ଭବିଷ୍ୟବାଣୀ ବେଳେବେଳେ ଭୁଲ୍‌ ପ୍ରମାଣିତ ହୋଇଥାଏ ବୋଲି ଭାରତୀୟ ଦଳର ବରିଷ୍ଠ ଅଫ୍‌ସ୍ପିନର ଆର୍‌. ଅଶ୍ବିନ କହନ୍ତି। ତଥାପି ପୂର୍ବରୁ ଘରୋଇ ଦିବାରାତ୍ର ଟେଷ୍ଟରେ ଭାରତ ଭଲ ପ୍ରଦର୍ଶନ କରିଥିବାରୁ ଏହି ମ୍ୟାଚ୍‌ ଜିତିବାକୁ ଦଳ ଦୃଢ଼ ଆଶାବାଦୀ ଅଛି। ସ୍ବାଭାବିକ ଭାବେ ଦିବାରାତ୍ର ଟେଷ୍ଟରେ ପେସ୍ ବୋଲର ଭଲ ପ୍ରଦର୍ଶନ କରିଥାଆନ୍ତି। ହେଲେ ଭାରତୀୟ ପିଚ୍‌ରେ ସ୍ପିନରଙ୍କ ଆଧିପତ୍ୟ ରହିବ ବୋଲି ଅଶ୍ବିନ କହିଛନ୍ତି। ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷ ଦିବାରାତ୍ର ଟେଷ୍ଟରେ ୧୧ଟି ୱିକେଟ ନେଇ ଭାରତକୁ ଜିତାଇଥିଲେ ବାମହାତି ସ୍ପିନର ଅକ୍ଷର ପଟେଲ। ବେଙ୍ଗାଲୁରୁ ଟେଷ୍ଟରେ କୁଲଦୀପ ଯାଦବଙ୍କ ସ୍ଥାନରେ ଅକ୍ଷରଙ୍କୁ ଦଳରେ ସାମିଲ କରାଯାଇଛି। ଜୟନ୍ତ ଯାଦବଙ୍କ ସ୍ଥାନରେ ଅକ୍ଷରଙ୍କୁ ଖେଳିବାର ସୁଯୋଗ ମିଳିପାରେ। ଭାରତ ୩ ଜଣ ସ୍ପିନରଙ୍କୁ ନେଇ ଏହି ଟେଷ୍ଟମ୍ୟାଚ୍‌ ଖେଳିପା​‌େ​‌ର ବୋଲି ଆଲୋଚନା ହେଉଥିଲେ ହେଁ ଏହାର ସମ୍ଭାବନା କମ୍‌। ଅନ୍ୟପକ୍ଷରେ ଶ୍ରୀଲଙ୍କା ଅଦ୍ୟାବଧି ୩ଟି ଗୋଲାପି ବଲ୍‌ ଟେଷ୍ଟ ଖେଳି ୨ଟି ଜିତିଥିବା ବେଳେ ଗୋଟିଏ ହାରିଛି। ହେଲେ ଭାରତ ଭଳି ଶକ୍ତିଶାଳୀ ଦଳକୁ ହରାଇବାର ସାମର୍ଥ୍ୟ ଶ୍ରୀଲଙ୍କାର ନାହିଁ। ଦଳର ପ୍ରମୁଖ ପେସ୍‌ ବୋଲର ଲାହିରୁ କୁମାର ଆହତ ଥିବାରୁ ୨ୟ ଟେଷ୍ଟ ଖେଳିବେନାହିଁ। ପ୍ରଥମ ଟେଷ୍ଟରେ ୩ ଜଣ ପେସ୍ ବୋଲରଙ୍କୁ ଖେଳାଇବା ଶ୍ରୀଲଙ୍କା ପାଇଁ ବୁମେରାଂ ହୋଇଥିଲା। ଏଥର ଶ୍ରୀଲଙ୍କା ୨ୟ ସ୍ପିନର ଖେଳାଉଛି କି ନାହିଁ; ତାହା ଦେଖିବାର କଥା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories