ଭାରତ ୧୮୪/୫: କଲକାତାରେ ସୂର୍ଯ୍ୟକୁମାର ଓ ଭେଙ୍କଟେଶଙ୍କ ଧୂଆଁଧାର ବ୍ୟାଟିଂ

କଲକାତା: ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ଇଡେନ୍ ଗାର୍ଡେନରେ ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଓ ଭେଙ୍କଟେଶଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ତୃତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୮୪/୫। ୩୨ଟି ବଲରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ୬୫ରନ କରିଥିବାବେଳେ ୧୯ଟି ବଲରୁ ଭେଙ୍କଟେଶ ଆୟରଙ୍କ ଅପରାଜିତ ୩୬ରନ କରିଥିଲେ। ଶେଷ ୫ ଓଭରରେ ୮୬ରନ କରିଥିଲେ ସୂର୍ଯ୍ୟକୁମାର ଓ ଭେଙ୍କଟେଶ। ୱେଷ୍ଟଇଣ୍ଡିଜ ପାଇଁ ୧୮୫ରନର ବିଜୟ ଲକ୍ଷ୍ୟ କଷ୍ଟ ସାଧ୍ୟ ହୋଇଛି।
ପ୍ରଥମ ୨ଟି ମ୍ୟାଚ୍ ଜିତି ଭାରତ ସିରିଜକୁ ହାତେଇ ସାରିଛି। ତେବେ ଭାରତ ଏହି ମ୍ୟାଚକୁ ଜିତି ୩-୦ରେ ସିରିଜକୁ ପୋଛିନେବାକୁ ଚାହିଁବ।

Comments are closed.