www.samajalive.in
Wednesday, December 10, 2025
16.1 C
Bhubaneswar

ତୁର୍କୀ ବିମାନ କମ୍ପାନୀର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କଲା ଭାରତ

ସମାଜ ଡିଜିଟାଲ ଡେସ୍କ: ଭାରତ ବିରୋଧରେ ପଦକ୍ଷେପ ନେବା ତୁର୍କୀକୁ ଧୀରେ ଧୀରେ ମହଙ୍ଗା ସାବ୍ୟସ୍ତ ହେଉଛି। ପର୍ଯ୍ୟଟନ ଶିଳ୍ପ ଉପରେ ବିଶେଷ କରି ନିର୍ଭର କରୁଥିବା ଏହି ଦେଶକୁ ଭାରତୀୟମାନେ ବୟକଟ୍ କରିବା ଆରମ୍ଭ କରିଦେଇଥିବାବେଳେ କେନ୍ଦ୍ର ସରକାର ଗୁରୁବାର ଆଉ ଏକ ଝଟ୍‌କା ଦେଇଛନ୍ତି। ଭାରତରେ କାର୍ଯ୍ୟକ୍ଷମ ଥିବା ତୁର୍କୀ ବିମାନ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ୍‌ର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କରିନେଇଛନ୍ତି ସରକାର। ଜାତୀୟ ସୁରକ୍ଷାର ସ୍ଵାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ସରକାର ଦର୍ଶାଇଛନ୍ତି।

ଭାରତର ୯ଟି ବିମାନବନ୍ଦରରେ ତୁର୍କୀର ସେଲେବି ଆଭିଏସନ ସେବା ପ୍ରଦାନ କରୁଛି। ଏସବୁ ବିମାନବନ୍ଦର ହେଉଛି ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଅହମଦାବାଦ, ଗୋଆ, କୋଚି ଏବଂ କନ୍ନୁର।

- Advertisement -

ସିଭିଲ ଆଭିଏସନ ସିକ୍ୟୁରିଟି ବ୍ୟୁରୋ(ବିସିଏଏସ)ର ଯୁଗ୍ମ ନିର୍ଦେଶକ ସୁନିଲ ଯାଦବ ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର ନେଇ ନିର୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି, ୨୦୨୨ ନଭେମ୍ବର ୨୧ରେ ବିସିଏଏସ ପକ୍ଷରୁ ସେଲେବି କମ୍ପାନୀକୁ ସୁରକ୍ଷା ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହାକୁ ପ୍ରତ୍ୟାହାର କରିନିଆଯାଇଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories