ନୂଆଦିଲ୍ଲୀ : ଯଦି ଆପଣ କେଟିଏମ୍ ଡ୍ୟୁକ୍ ୨୫୦ କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଜରୁରି ଖବର । କେଟିଏମ୍ ଇଣ୍ଡିଆ ଏହି ଲୋକପ୍ରିୟ ବାଇକର ଦାମ୍ ୫ ହଜାର ଟଙ୍କା ବୃଦ୍ଧି କରିଛି । ଏବେ ଏହି ବାଇକର ଏକ୍ସ-ଶୋରୁମ୍ ଦାମ୍ ୨ ଲକ୍ଷ ୩୦ ହଜାର ଟଙ୍କା ହୋଇଯାଇଛି ।
ଅକ୍ଟୋବର ୨୦୨୪ରେ ଲଞ୍ଚ୍ ହୋଇଥିବା ଏହି ବାଇକର ଦାମ୍ ୨.୪୫ ଲକ୍ଷ ଟଙ୍କା ରଖାଯାଇଥିଲା । କିନ୍ତୁ ଜାନୁୟାରୀ ୨୦୨୫ ସୁଦ୍ଧାର ଏହାର ଦାମ୍ ୨୦ ହଜାର ଟଙ୍କା କମିଥିଲା । କିନ୍ତୁ ଏବେ ଏହାର ଦାମରେ ବୃଦ୍ଧି କରାଯାଇଛି ।
ଏଥିରେ ୨୪୮.୭ ସିସିର ଲିକ୍ବିଡ୍ କୁଲ୍ଡ ଇଞ୍ଜିନ ମିଳେ ଯାହା ୩୦.୫୭ ବିଏଚପିର ପାଓ୍ବର ଓ ୨୫ ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ । ଏଥିରେ ୬ ସ୍ପିଡ୍ ଗିୟରବକ୍ସ ଦିଆଯାଇଛି । ଏଥିରେ ୧୭ ଇଞ୍ଚର ନୂଆ ଆଲୟ ହ୍ବିଲ ଦିଆଯାଇଛି । ଏଥିରେ ସ୍ଲିପର କ୍ଲଚ ଓ କ୍ବିକ୍ ସିଫ୍ଟର ମିଳେ । ୫ ଇଞ୍ଚର କଲର ଟିଏଫଟି ଡିସପ୍ଲେ ଦିଏ କମ୍ପାନୀ । ଭାରତରେ ଏହା ୪ଟି ରଙ୍ଗର ବିକଳ୍ପ ଯଥା ବ୍ଲାକ୍, ବ୍ଲୁ, ହ୍ବାଇଟ୍ ଓ ଅରେଞ୍ଜ ସହିତ ଆସିଥାଏ ।



