www.samajalive.in
Sunday, December 14, 2025
17.1 C
Bhubaneswar

ମହିଳା ଓ ବୃଦ୍ଧ ବନ୍ଦୀଙ୍କୁ ମୁକ୍ତ କରିବେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ : ଭାରତ ଏବଂ ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ଥିବା ଉଭୟ ଦେଶର ମହିଳା ଓ ୭୦ ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧଙ୍କ ମୁକ୍ତି ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହି କ୍ରମରେ ଭାରତର ବିଭିନ୍ନ ଜେଲରେ ବନ୍ଦୀ ଥିବା ପାକିସ୍ତାନୀ ଓ ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ମହିଳା ଓ ବୃଦ୍ଧ ବନ୍ଦୀଙ୍କୁ ମୁକ୍ତ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଉଭୟ ଦେଶ ଯୁଗ୍ମ ବିଚାର ବିଭାଗୀୟ କମିଟିର ଯାତ୍ରା ଓ ଅନୁଧ୍ୟାନ କାର୍ଯ୍ୟକୁ ପୁନଃ ଆରମ୍ଭ କରିବାକୁ ସହମ୍ମତି ପ୍ରଦାନ କରିଛନ୍ତି । କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ଯେ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରସ୍ତାବକୁ ସକରାତ୍ମକ ଭାବେ ଗ୍ରହଣ କରିଛି । ଏହାଦ୍ୱାରା ଉଭୟ ଦେଶରେ ବନ୍ଦୀ ମହିଳା ଓ ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ମୁକ୍ତି ଓ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଯାଇପାରିବ । ଗତ ବର୍ଷ ଅକ୍ଟୋବର ମାସରେ ସୁଷମା ସ୍ୱରାଜ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଏନେଇ ଅବଗତ କରାଇଥିଲେ । ମହିଳା, ଶିଶୁ, ବୟସ୍କଙ୍କ ସହ ଜଡିତ ପ୍ରସଙ୍ଗରେ ଉଭୟ ଦେଶ ମାନବିକତା ପୃଷ୍ଟଭୂମିରେ କାର୍ଯ୍ୟ କରିବାକୁ ସୁଷମା ପ୍ରସ୍ତାବ ଦେଇଥିଲେ । ଉଭୟ ଦେଶର ଯୁଗ୍ମ ବିଚାରବିଭାଗୀୟ କମିଟି ଉଭୟ ଦେଶକୁ ଯାତ୍ରା କରି ବନ୍ଦୀଙ୍କ ସଂଖ୍ୟା ଓ ସ୍ଥିତି ଅନୁଧ୍ୟାନ କରିବେ । ବିଶେଷ କରି ମାନସିକ ବିକାରଗ୍ରସ୍ତ ଓ ମତ୍ସ୍ୟଜୀବୀ ବନ୍ଦୀଙ୍କ ସମ୍ପର୍କରେ ଯୁଗ୍ମ ବିଚାରବିଭାଗୀୟ କମିଟି ତଥ୍ୟ ସଂଗ୍ରହ କରି ପଦକ୍ଷେପ ନେବେ । ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ ମାନବିକତା ଦୃଷ୍ଟି କୋଣରୁ ଏହି ପଦକ୍ଷେପକୁ ସ୍ୱୀକୃତି ପ୍ରଦାନ କରିବା ସହ ସ୍ୱାଗତ ଜଣାଇଛନ୍ତି । ପାକିସ୍ତାନରେ ଥିବା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ବ ଏବଂ ୧୮ ବର୍ଷରୁ କମ୍‌ ବୟସ୍କ ଭାରତୀୟ ବନ୍ଦୀଙ୍କ ମୁକ୍ତି ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମୋହମ୍ମଦ ଫୈଜଲ ପ୍ରକାଶ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories