www.samajalive.in
Sunday, December 14, 2025
26.1 C
Bhubaneswar

ପୁରୁଷଙ୍କ ତୁଳନାରେ ଭାରତୀୟ ମହିଳାଙ୍କ ଦରମା ୨୦% କମ୍‌ : ସର୍ବେକ୍ଷଣ

ନୂଆଦିଲ୍ଲୀ : ଭାରତରେ କାର୍ଯ୍ୟରତ ମହିଳାଙ୍କ ଦରମା ପୁରୁଷଙ୍କ ତୁଳନାରେ ୨୦% କମ୍‌ ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି । ରିପୋର୍ଟ ଅନୁସାରେ ଦରମା ନିର୍ଦ୍ଧାରଣ କ୍ଷେତ୍ରରେ କର୍ମଚାରୀ ପୁରୁଷ କି ମହିଳା ତାହା ଗୁରୁତ୍ୱ ବହନ କରିଥାଏ । ‘ମୋନଷ୍ଟର ସ୍ୟାଲେରୀ ଇଣ୍ଡେକ୍ସ’ (ଏମ୍‌ଏସ୍‌ଆଇ) ନାମରେ ଏହି ରିପୋର୍ଟ ପ୍ରକାଶ କାିଛି । ଏଥିରେ ଏକ ଆନୁମାନିକ ଆକଳନ ଅନୁସାରେ ପୁରୁଷ ପ୍ରତି ଘଣ୍ଟା ୨୩୧ ଟଙ୍କା ଏବଂ ମହିଳା ୧୮୪.୮ ଟଙ୍କା ଆୟ କରିଥାନ୍ତି । ମୋନଷ୍ଟର ଡଟ କମ୍‌ର ସିଇଓ ଅଭିଜିତ୍‌ ମୁଖାର୍ଜୀଙ୍କ କହିବା ଅନୁସାରେ ମହିଳା ଓ ପୁରୁଷଙ୍କ ଦରମାରେ ୨୦% ପ୍ରଭେଦ ବହୁତ ବଡ଼। ଏହି ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ୨୦୧୬ରେ ଏହି ବ୍ୟବଧାନ ୨୪.୮% ଥିଲା । ୨୦୧୭ରେ ଏହା ୫% ହ୍ରାସ ପାଇ ୨୦%ରେ ପହଞ୍ଚିଛି । ମୋନଷ୍ଟର ଡଟ କମର ଏହି ସର୍ବେକ୍ଷଣରେ ୫,୫୦୦ ମହିଳା ଓ ପୁରୁଷଙ୍କୁ ସାମିଲ କରାଯାଇଥିଲା । ଏହି ସର୍ବେକ୍ଷଣରେ ସାମିଲ ୩୬% ଲୋକ ଦରମାରେ ପାତରଅନ୍ତରକୁ ସ୍ୱୀକାର କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories