www.samajalive.in
Sunday, December 14, 2025
14.1 C
Bhubaneswar

ଋଣ ବାଣ୍ଟି ମହାଶକ୍ତି ହେବା ଲକ୍ଷ୍ୟରେ ଚୀନ

ୱାଶିଂଟନ : ବିଶ୍ୱର ମହାଶକ୍ତି ହେବା ପାଇଁ ଚୀନ ଏକ ନୂଆ ଋଣନୀତି ଆପଣାଇଛି । ଏହି ଋଣ ନୀତିରେ ବିଭିନ୍ନ ଦେଶକୁ ଋଣ ଓ ଆର୍ଥିକ ସାହଯ୍ୟ ଦେଇ ଚୀନ ନିଜ ପଟକୁ ଆଣିବାରେ ଲାଗିଛି । ଆମେରିକା ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଚୀନ ବିଭିନ୍ନ ଦେଶକୁ ଋଣ ଦେବା ନୀତି ଆପଣାଇଛି । ଏଭଳି କରି ଋଣ ନେଇଥିବା ଦେଶଗୁଡ଼ିକ ଉପରେ ଚୀନ ନିଜର ପ୍ରଭାବ ବିସ୍ତାର କରୁଛି । ଆମେରିକାର ଜାତୀୟ ଗୁଇନ୍ଦା ବିଭାଗ ନିର୍ଦେଶକ ଡାନିଏଲ ଆର କେଟସ୍‌ ଏକ ବୈଠକରେ ସିନେଟର ସଦସ୍ୟଙ୍କୁ ଅବଗତ କରାଇଛନ୍ତି ଯେ ବିଶ୍ୱରେ ନିଜ ପ୍ରଭାବ ବିସ୍ତାର କରିବାକୁ ଚୀନ ନିଜ ସେନାକୁ ମଜଭୁତ କରୁଛି । ଏହାସହ ଋଣ ପ୍ରଦାନର ନୂଆ ଋଣକୌଶଳ ଆପଣାଇଛି । ଏଭଳି କରି ଚୀନ ମହାଶକ୍ତି ହେବା ଲକ୍ଷ୍ୟରେ ରହିଛି । ଚୀନ ନିଜ ସେନାର ଆଧୁନିକୀକରଣ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛି । ଚୀନର ଏହି ପଦକ୍ଷେପକୁ ସକରାତ୍ମକ ଦୃଷ୍ଟି କୋଣରେ ଦେଖାଯାଉଛି ଓ ଆତ୍ମରକ୍ଷା ପାଇଁ ସେ ଏଭଳି କରୁଥିବା ଯୁକ୍ତି ବାଢୁଛି । ଏହାବାଦ ଚୀନ ନିଜଠାରୁ ଦୁର୍ବଳ ଦେଶଙ୍କୁ ଋଣ ଦେଇ ସେଠାରେ ନିଜର ପ୍ରଭାବ ବିସ୍ତାର କରୁଛି । ମହାଶକ୍ତି ହେବା ପାଇଁ ରୁଷିଆ ଦିନେ ଏଭଳି ନୀତି ଆପଣାଇଥିଲା । ଏବେ ଚୀନ ରୁଷିଆ ନୀତିର ପଦାଙ୍କ ଅନୁସରଣ କରୁଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ବିଶେଷ କରି ଦକ୍ଷିଣ ଏସିଆରେ ନିଜ ଉପସ୍ଥିତିକୁ ଜାହିର କରିବା ସହ ଭାରତକୁ ମାତ ଦେବା ପାଇଁ ଚୀନ ଏହି ଋଣକୌଶଳ ଆପଣାଇଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories