mission shakti banner

ରାଜସ୍ଥାନ ପୌର ପରିଷଦ ନିର୍ବାଚନରେ କଂଗ୍ରେସର ବାଜିମାତ

BSKY banner  750×100
0

ଜୟପୁର : ରାଜସ୍ଥାନର ଦୁଇ ଲୋକସଭା ଏବଂ ଗୋଟିଏ ବିଧାନସଭା ଆସନ ଉପନିର୍ବାଚନରୁ ଆରମ୍ଭ ହୋଇଥିବା କଂଗ୍ରେସର ବିଜୟ ଅଭିଯାନ ଅବ୍ୟାହତ ରହିଛି । ରାଜସ୍ଥାନର ପଞ୍ଚାୟତ ସମିତି, ଜିଲା ପରିଷଦ, ନଗରପାଳିକା ଓ ପୌର ପରିଷଦ ନିର୍ବାଚନରେ କଂଗ୍ରେସ ପୁଣିଥରେ ବାଜିମାତ କରିଛି । ବୁଧବାର ପ୍ରକାଶିତ ନିର୍ବାଚନ ଫଳାଫଳ ଅନୁସାରେ କଂଗ୍ରେସ ୬ ଜିଲା ପରିଷଦରୁ ୪ଟି, ୨୦ ପଞ୍ଚାୟତ ସମିତିରୁ ୧୨ଟି, ୬ ପୌର ପରିଷଦରୁ ୪ଟିରେ ବିଜୟୀ ହୋଇଛି । ଅପରପକ୍ଷରେ ଶାସକ ବିଜେପି ଗୋଟିଏ ଜିଲା ପରିଷଦ, ୮ ପଞ୍ଚାୟତ ସମିତି ଓ ୨ଟି ପୌର ପରିଷଦରେ ଜିତିଛି । ଜିଲା ପରିଷଦ ଏବଂ ପଞ୍ଚାୟତ ସମିତିର ଗୋଟିଏ ଲେଖାଏଁ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ସଚିନ ପାଇଲଟ କଂଗ୍ରସର ସଫଳତା ପାଇଁ ଖୁସୀ ବ୍ୟକ୍ତ କରିଛନ୍ତି । ଏହା ମତଦାତା ଏବଂ କଂଗ୍ରେସ କର୍ମକର୍ତ୍ତାଙ୍କ ବିଜୟ ବୋଲି ସେ କହିଛନ୍ତି ।

Leave A Reply