www.samajalive.in
Sunday, December 14, 2025
17.1 C
Bhubaneswar

ଭାରତ-ପାକିସ୍ତାନ ଦ୍ବିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ସପକ୍ଷରେ ଇଞ୍ଜାମାମ୍‌

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ଆୟୋଜନ ହେବା ଉଚିତ୍‌ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ଇଞ୍ଜାମାମ ଉଲ ହକ୍‌। ବିଶ୍ବକପ୍‌ ନିମନ୍ତେ ଭାରତ ଗସ୍ତରେ ଆସିଥିବା ଇଞ୍ଜାମାମ୍‌ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଥିଲେ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବଭଳି ଦ୍ବିପାକ୍ଷିକ ଶୃଙ୍ଖଳା ଆୟୋଜନ କରାଯିବା ଉଚିତ୍‌। ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ କ୍ରିକେଟ୍‌ ଶୃଙ୍ଖଳା ଦେଖିବାକୁ କ୍ରିକେଟ୍‌ ପ୍ରଶଂସକମା​‌େ​‌ନ ଅପେକ୍ଷା କରି ରହିଥାନ୍ତି। ଦୁଇ ଦେଶ ମଧ୍ୟରେ ରାଜନୈତିକ ସ୍ଥିତି ଯାହା ଥାଉ ନା କାହିଁକି କ୍ରିକେଟ୍‌ ଦଳ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଆୟୋଜନ କରାଯିବାରେ କୌଣସି ଅସୁବିଧା ନାହିଁ।

ବିଶ୍ବକପ୍‌ରେ ପାକିସ୍ତାନ ଦଳର ପ୍ରଦର୍ଶନ ସମ୍ପର୍କରେ ଇଞ୍ଜାମାମ୍‌ କହିଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଦଳ ବେଶ୍‌ ଭଲ ପ୍ରଦର୍ଶନ କରି ଆସୁଛି। ଯଦି ପାକିସ୍ତାନ ଦଳର ଖେଳାଳିମାନେ ଏପରି ପ୍ରଦର୍ଶନ ବଜାୟ ରଖନ୍ତି ତେବେ ଦଳ ବିଶ୍ବକପ୍‌ ଜିତିପାରିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ସେ ଅାଶାବ୍ୟକ୍ତ କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories