www.samajalive.in
Sunday, December 14, 2025
17.1 C
Bhubaneswar

କୂଟନୀତିଜ୍ଞ ବିବାଦର ସମାଧାନ ପାଇଁ ଭାରତ ଓ ପାକିସ୍ତାନ ରାଜି

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ କୂଟନୀତିଜ୍ଞ ସମ୍ପର୍କିତ ବିବାଦର ସମାଧାନ ପାଇଁ ସହମ୍ମତି ପ୍ରକାଶ କରିଛନ୍ତି । ଉଭୟ ଦେଶ ପରସ୍ପର ବିରୋଧରେ ଉଚ୍ଚାୟୁକ୍ତ ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଥିଲେ । ଏବେ ଏହି ବିବାଦର ସମାଧାନ ପାଇଁ ଉଭୟ ଦେଶ ସହମ୍ମତି ପ୍ରକାଶ କରିଛନ୍ତି । କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ପ୍ରଦାନ କରିଛି। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୧୯୯୨ ଆଚରଣ ବିଧି ଅନୁସାରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ କାର୍ଯ୍ୟ କରାଯିବ । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଦିଲ୍ଲୀରେ ପାକିସ୍ତାନର କୂଟନୀତିଜ୍ଞଙ୍କୁ ଦୁର୍ବ୍ୟବହାର କରାଯାଉଛି । ଏ କ୍ରମରେ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ୫ଟି ଘଟଣା କ୍ରମ ବିଷୟରେ ଉଲ୍ଲେଖ କରିଥିଲା । ଏହାପରେ ଇସଲାମାବାଦରେ ଭାରତର ଉଚ୍ଚାୟୁକ୍ତଙ୍କୁ ହଇରାଣ କରାଯାଉଥିବା ନେଇ ଭାରତ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଭାରତରେ ଥିବା ପାକିସ୍ତାନ ଉଚ୍ଚାୟୁକ୍ତ ସୋହେଲ ମହମ୍ମୁଦଙ୍କୁ ଏହି ମାମଲାରେ ଆଲୋଚନା ପାଇଁ ଇସଲାମାବାଦୁ ଡକରା ଆସିବା ପରେ ସେ ସପରିବାରେ ଚାଲି ଯାଇଥିଲେ । ଆଲୋଚନା ପରେ ସେ ଦିଲ୍ଲୀ ଫେରିଆସିଥିବା କୁହାଯାଉଛି । ମାତ୍ର ପାକିସ୍ତାନ ନିଜ ଉଚ୍ଚାୟୁକ୍ତଙ୍କୁ ଫେରାଇ ନେଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହୋଇଥିଲା । ପାକିସ୍ତାନ ବିଦେଶ କାର୍ଯ୍ୟାଳୟ ମୁଖପାତ୍ର ମୋହମ୍ମଦ ଫୈଜଲ କୂଟନୀତିଜ୍ଞ ବିବାଦର ସମାଧାନ ପାଇଁ ଉଭୟ ଦେଶ ରାଜି ହୋଇଥିବା ପ୍ରକାଶ କରିଛନ୍ତି । କେବେ ଓ କେଉଁଠାରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେଲା ଓ ବିବାଦ ସମାଧାନ ପାଇଁ ସହମ୍ମତି ହେଲା ତାହା ଜଣାପଡିନାହିଁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories