www.samajalive.in
Sunday, December 14, 2025
23.1 C
Bhubaneswar

ଆଜିଠାରୁ ସୁପର କପ୍‍ ଫୁଟ୍‍ବଲ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଶନିବାରଠାରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ଅନ୍ୟତମ ପେସାଦାର ପ୍ରତିଯୋଗିତା ସୁପର କପ୍‍ ଫୁଟ୍‍ବଲ ପ୍ରଥମ ସଂସ୍କରଣ ଆରମ୍ଭ ହେଉଛି ।  ୧୬ ଦଳ, ୧୫ ମ୍ୟାଚ୍‍, ୨୧ ଦିନର ଲଢେଇ ପାଇଁ ପଡ଼ିଆ ପ୍ରସ୍ତୁତ। ଏଥିଲାଗି ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ଓ ଫୁଟ୍‍ବଲ ଆସୋସିଏସନ ଅଫ୍‍ ଓଡ଼ିଶା (ଫାଓ) ପକ୍ଷରୁ ପ୍ରସ୍ତୁତି ଶେଷହୋଇଛି। ଶନିବାର ରାତି ୮ଟାରେ ଚେନ୍ନଇୟିନ୍‍ ଏଫ୍‍ସି ଓ ଆଇଜଲ ଏଫ୍‍ସି ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ।
ଦେଶର ଅନ୍ୟତମ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଭାବେ ଆବିର୍ଭାବ ହୋଇଥିବା ସୁପର କପ୍‍ରେ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆଇ-ଲିଗ୍‍ ଚମ୍ପିଆନ ମିନର୍ଭା ପଞ୍ଜାବ ଓ ଆଇଏସ୍‍ଏଲ ଚମ୍ପିଆନ ଚେନ୍ନଇୟିନ୍‍ ଏଫସି ଉପରେ ସଭିଙ୍କ ନଜର ରହିବ। ଏପ୍ରିଲ ୬ ପର୍ଯ୍ୟନ୍ତ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ ଖେଳାଯିବ। ୧୬ ଓ ୧୭ରେ ସେମିଫାଇନାଲ ଓ ୨୦ରେ ଫାଇନାଲ ମ୍ୟାଚ ଖେଳାଯିବ। ସମସ୍ତ ମ୍ୟାଚ ଫ୍ଲଡ ଲାଇଟ୍‍ରେ ଖେଳାଯିବ। ଏପ୍ରିଲ ୧ରେ କେବଳ ଦୁଇଟି ମ୍ୟାଚ ଖେଳାଯିବ। ପ୍ରତିଯୋଗିତା ଲାଗି ସମସ୍ତ ଟିକଟ ମୂଲ୍ୟ ୨୦ ଟଙ୍କା କରାଯାଇଛି। ପ୍ରତି ଦଳରେ କିଛି ବିଦେଶୀ ଖେଳାଳି ଥିବାରୁ ପ୍ରତିଯୋଗିତା ପ୍ରତିଦ୍ୱନ୍ଦିତାମୂଳକ ହେବ ବୋଲି ଫୁଟ୍‍ବଲପ୍ରେମୀ ଆଶା ରଖିଛନ୍ତି। ଚେନ୍ନଇୟିନ୍‍ ଏଫ୍‍ସି-ଆଇଜଲ ଏଫ୍‍ସି ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ରୁ ଟୁର୍ଣ୍ଣାମେଣ୍ଟର ବିଗୁଲ ବାଜିବ। ଅଭିଷେକ ବଚ୍ଚନଙ୍କ ମାଲିକାନାରେ ଥିବା ଚେନ୍ନଇୟିନ ଏସି ୨୦୧୪-୧୫ ଓ ୨୦୧୭-୧୮ ଆଇଏସ୍‍ଏଲ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଇଟାଲୀର ମାର୍କୋ ମାତେରାଜି ଓ ଇଂଲଣ୍ଡର ଜନ୍‍ ଗ୍ରେଗୋରିଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳରେ ସ୍ପାନିଶ୍‍ ଡିଫେଣ୍ଡର ଇନିଗୋ କାଲ୍‍ଡେରେନ ରହିଛନ୍ତି। ତାଙ୍କୁ ଛାଡ଼ି ହେନେରିକ୍‍ ସିରିନୋ, ବିକ୍ରମଜିତ ସିଂହ, ଅଧିନାୟକ ଧନପାଲ ଗଣେଶ, କରଣଜିତ ସିଂହ, ଅନିରୁଦ୍ଧ ଥାପ୍ପା, ରାଫେଲ ଅଗଷ୍ଟେ, ଜେରି ଲାଲରିନ୍‍ଜୁଆଲା ଭଳି ଖେଳାଳି ରହିଛନ୍ତି। ଦଳ ଆଇଏସ୍‍ଏଲର ପ୍ରଦର୍ଶନ ସୁପର କପ୍‍ରେ ଦୋହରାଇବାରେ ଆଶା ରଖିଛି।୨୦୧୬-୧୭ ଆଇ-ଲିଗ୍‍ ଚମ୍ପିଆନ ମିଜୋରାମର ଆଇଜଲ ଏଫ୍‍ସି ଗତ ଆଇ-ଲିଗ୍‍ ଫୁଟବଲ ପ୍ରତିଯୋଗିତାରେ ୫ମ ସ୍ଥାନ ହାସଲକରି ସିଧାସଳଖ ସୁପର କପ୍‍ ଫୁଟବଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ସନ୍ତୋଷ କଶ୍ୟପଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଦଳରେ ଅଧିନାୟକ ଆଲଫ୍ରେଡ ଜେରିୟାନ, ଅରୂପ ଦେବନାଥ, ଅଭିଳାଷ ପାଲ, ରୋମିଙ୍ଗଥାଙ୍ଗା, ଲାଲରୁପୁଥିଆ ଭଳି ଖେଳାଳି ରହିଛନ୍ତି। ଉଭୟ ଦଳରେ ଏକାଧିକ ଯୁବ ଖେଳାଳି ରହିଥିବାରୁ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା ରଖାଯାଇଛି। ସୁପର କପ୍‍ର ଏହି ପ୍ରଥମ ସଂସ୍କରଣରେ କିଏ ବାଜି ମାରିବ ତାହାକୁ ନେଇ ଅବଗଣନା ଆରମ୍ଭ ହୋଇଛି।

ଶନିବାର ମ୍ୟାଚ୍‍
ଚେନ୍ନଇୟିନ ଏଫ୍‍ସି-ଆଇଜଲ ଏଫ୍‍ସି 

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories