www.samajalive.in
Monday, December 15, 2025
17.1 C
Bhubaneswar

ପୂର୍ବ ବର୍ଷ ଅପେକ୍ଷା ଏ ନୂଆବର୍ଷରେ ଭାରତରେ କମ୍ ସନ୍ତାନ ଜନ୍ମ ନେଇଛନ୍ତି, ତଥାପି ବିଶ୍ୱରେ ଏକ ନମ୍ବର

ନୂଆଦିଲ୍ଲୀ : ଗୋଟିଏ ପଟେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ଆଲୋଚନା ହେଉଛି, ଅନ୍ୟପଟେ ନୂଆ ବର୍ଷ ଅବସରରେ ସମଗ୍ର ବିଶ୍ୱରେ ଭାରତରେ ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ନେଇଛନ୍ତି। ଭାରତରେ ଚଳିତ ନୂତନ ବର୍ଷ ଅବସରରେ ସର୍ବାଧିକ ୬୦ ହଜାର ଶିଶୁ ଜନ୍ମ ନେଇଛନ୍ତି। ଯାହା ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ। କିନ୍ତୁ ପୂର୍ବ ବର୍ଷ ୨୦୨୦ ତୁଳନାରେ ୭,୩୯୦ କମ୍ ।

ୟୁନିସେଫ୍ ଆକଳନ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ୧ରେ ଚୀନ୍ ଅପେକ୍ଷା ଅନେକ ଗୁଣ ଅଧିକ ସଂଖ୍ୟକ ସନ୍ତାନ ଭାରତରେ ଜନ୍ମ ହୋଇଛନ୍ତି। ନୂଆବର୍ଷରେ ଶିଶୁ ଜନ୍ମ ଅନୁସାରେ ଚୀନ୍ ଏଥର ଦ୍ୱିତୀୟ ସ୍ଥାନରେ ରହିଛି। ୟୁନିସେଫ୍ ଆକଳନ କରିଛି ଯେ ଜାନୁୟାରୀ ୧ରେ ସାରା ବିଶ୍ୱରେ ୩,୭୧,୫୦୪ରୁ ଅଧିକ ଶିଶୁ ଜନ୍ମ ହୋଇଥିଲେ। ଏହା ମଧ୍ୟରୁ ୫୨ ପ୍ରତିଶତ କେବଳ ୧୦ଟି ଦେଶରେ ଜନ୍ମ ହୋଇଛନ୍ତି।

- Advertisement -

ଭାରତରେ ୫୯,୯୯୫ , ଚାଇନାରେ ୩୫,୬୧୫ , ନାଇଜେରିଆରେ ୨୧,୪୩୯ , ପାକିସ୍ତାନରେ ୧୪,୧୬୧ , ଇଣ୍ଡୋନେସିଆରେ ୧୨,୩୩୬ , ଇଥିଓପିଆରେ ୧୨,୦୦୬ , ଆମେରିକାରେ ୧୦,୩୧୨ , ଇଜିପ୍ଟରେ ୯,୪୫୫ , ବାଂଲାଦେଶ ୯,୨୩୬ ଏବଂ ଲୋକତାନ୍ତ୍ରିକ ଗଣରାଜ୍ୟ କଙ୍ଗୋରେ ୮,୬୪୦ ଶିଶୁ ଜନ୍ମ ହୋଇଥିଲେ। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧ ମସିହାରେ ଅନୁମାନିକ ୧୪୦ ନିୟୁତ ଶିଶୁ ଜନ୍ମ ହୋଇଛନ୍ତି ଏବଂ ସେମାନଙ୍କର ହାରାହାରି ବୟସ ୮୪ ବର୍ଷ ହେବ ବୋଲି ଆଶା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories