www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ

ଭାରତ ପାଇଁ ଆଉ ଏକ ଗର୍ବ ଓ ଗୌରବର ବିଷୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଜଣେ ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ ଭାବେ ବିବେଚିତ ହୋଇଛନ୍ତି। ଆମେରିକାର ଏକ ଗବେଷଣା ସଂସ୍ଥା ଏହି ମାନ୍ୟତା ପ୍ରଦାନ କରିଛି। ଗବେଷଣା ସଂସ୍ଥା ଅନୁସାରେ ୭୫ ପ୍ରତିଶତ ଲୋକ ଶ୍ରୀ ମୋଦୀଙ୍କୁ ଶ୍ରେଷ୍ଠ ଲୋକପ୍ରିୟ ରାଜନେତା ଭାବେ ଅନୁମୋଦନ କରିଛନ୍ତି। ୨୦ ପ୍ରତିଶତ ଲୋକ ନାପସନ୍ଦ କରିଥିବାବେଳେ ୫୫ ପ୍ରତିଶତ ନେଟ୍‍ ରେଟିଂ ଆଧାରରେ ଶ୍ରୀ ମୋଦୀ ଶୀର୍ଷରେ ରହିଛନ୍ତି, ଯାହାକି ବିଶ୍ୱର ଅନ୍ୟାନ୍ୟ ନେତୃବୃନ୍ଦଙ୍କ ତୁଳନାରେ ସର୍ବାଧିକ। ଆମେରିକା, ଜାପାନ ଓ ବ୍ରାଜିଲ୍‍ ସମେତ ୧୩ଟି ଦେଶକୁ ନେଇ ଆମେରିକା ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିଲା।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାରା ବିଶ୍ୱ ଜଣେ ଶୀର୍ଷ ନେତୃତ୍ୱର ମାନ୍ୟତା ଦେଇଥିବାରୁ ଉଚ୍ଚ ପ୍ରଶଂସା କରିଛନ୍ତି। କୋଭିଡ୍‍ ନାଇଣ୍ଟିନ୍‍ ବିରୋଧରେ ଲଢ଼େଇ ପରିପ୍ରେକ୍ଷୀରେ ବିଶ୍ୱସ୍ତରରେ ତାଙ୍କୁ ଏହି ମାନ୍ୟତା ମିଳିଛି। ବିଶ୍ୱବ୍ୟାପି କୋଭିଡ୍‍ ନାଇଣ୍ଟିନ୍‍ ମହାମାରୀ ପରିପ୍ରେକ୍ଷୀରେ ଭାରତୀୟଙ୍କ ଯତ୍ନ ନେବା ସହ ଏହି ଆହ୍ୱାନମୂଳକ ପରିସ୍ଥିତିରେ ବିଶ୍ୱ ସମୁଦାୟକୁ ସହାୟତା କରି ଶ୍ରୀ ମୋଦୀ ବିଶ୍ୱବାସୀଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଧାନମନ୍ତ୍ରୀଙ୍କ କଠିନ ପରିଶ୍ରମ ଓ ଦୃଢ଼ ନେତୃତ୍ୱ ଯୋଗୁଁ ସେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି, ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି।

- Advertisement -

ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍‍ଡେକର ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ଦେଶପାଇଁ ଗୌରବର ବିଷୟ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କଦ୍ୱାରା ରଚିତ ଏକ କବିତା ‘ଅଭି ତୋ ସୂରଜ୍‍ ଉଗା ହୈ…’ ସହିତ ଏକ ଭିଡିଓ ଶେୟାର୍‍ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories