www.samajalive.in
Saturday, December 6, 2025
14.1 C
Bhubaneswar

ନିଜର ସ୍ୱତନ୍ତ୍ରତା ପାଇଁ ବେଶ ପ୍ରସିଦ୍ଧ ଏହି ମନ୍ଦିର

ଭିନ୍ନ ଭିନ୍ନ ସ୍ଥାନରେ ଥିବା ମନ୍ଦିର ନିଜର ସ୍ୱତନ୍ତ୍ରତା ଶାନ୍ତ ପରିବେଶ , ଶସ୍ୟଶ୍ୟାମଳା ପରିବେଶ ପାଇଁ ବେଶ ପ୍ରସିଦ୍ଧ। ଏପରି କେତେକ ସହର ବିଷୟରେ ଜାଣନ୍ତୁ ଯାହା ଗଙ୍ଗା ନିକଟରେ ଅବସ୍ଥିତ, ଏତଦ ବ୍ୟତୀତ ଏହି ସମସ୍ତ ସ୍ଥାନର ବିଶେଷତ୍ୱ ବିଷୟରେ ଜାଣନ୍ତୁ  ….
ଘାଟ ମାନଙ୍କ ସହର –
ବନାରସକୁ ଘାଟମାନଙ୍କ ସହର ବୋଲି ମଧ୍ୟ କୁହାଯାଏ। ଏଠାରେ ଗଙ୍ଗାନଦୀ କୂଳରେ ବହୁ ଘାଟ ରହିଛି। ସବୁଠାରୁ ରୋଚକ ତଥ୍ୟ ହେଉଛି ଏଠାରେ ଥିବା ପ୍ରତ୍ୟେକ ଘାଟର ଏକ ସ୍ୱତନ୍ତ୍ର ଇତିହାସ ରହିଛି। ଯାହା ପ୍ରତ୍ୟେକ ଘାଟକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
ବାରାଣସୀ –
ଧର୍ମ ଗ୍ରନ୍ଥ ଅନୁଯାୟୀ, ଭାରତର ମୁଖ୍ୟ ସାତଟି ସହର ମଧ୍ୟରେ ସବୁଠାରୁ ପ୍ରାଚୀନ ଓ ପବିତ୍ର ସହର ହେଉଛି ବନାରସ। ଗଙ୍ଗାନଦୀ ତଟରେ ସ୍ଥିତ ଏହି ସହର ହିନ୍ଦୁମାନଙ୍କ ପବିତ୍ର ନଗରୀ ଭାବେ ବେଶ ଜଣାଶୁଣା। ଏହି ସ୍ଥାନର ସୁନ୍ଦରତା ଓ ପବିତ୍ରତା ମନରେ ଏକ ସ୍ୱତନ୍ତ୍ର ଅନୁଭବ ଆଣିଥାଏ। ବୌଦ୍ଧ ଧର୍ମର ଲୋକଙ୍କ ପାଇଁ ମଧ୍ୟ ଏହି ସ୍ଥାନଟି ବେଶ ପବିତ୍ର।
ସାରନାଥ –
ବନାରସ ଠାରୁ କିଛି ଦୂରରେ ପୂର୍ବ ଭାଗରେ ଥିବା ସାରନାଥବୌଦ୍ଧ ଧର୍ମର ଲୋକଙ୍କ ତୀର୍ଥ ସ୍ଥାନ। ଜ୍ଞାନ ପ୍ରାପ୍ତି ପରେ ବୁଦ୍ଧଦେବ ଏଠାରେ ହିଁ ନିଜର ପ୍ରଥମ ଉପଦେଶ ଦେଇଥିଲେ ବୋଲି କୁହାଯାଏ। ଏଠାରେ ବହୁ ସ୍ତୁପର ମଧ୍ୟ ନିର୍ମାଣ ହୋଇଛି।
ଜୈନ ମନ୍ଦିର –
ସାରନାଥରେ ରହିଛି ଜୈନ ମନ୍ଦିର। ଏଠାକୁ ଜୈନ ଧର୍ମର ବହୁ ଲୋକେ ଆସିଥାଆନ୍ତି। ନିଜର ସ୍ୱତନ୍ତ୍ରତା ପାଇଁ ଏହି ମନ୍ଦିରଟି ଖୁବ ପ୍ରସିଦ୍ଧ।
ଦୁର୍ଗା ମନ୍ଦିର –
ବନାରସରେ ବହୁ ପୁରାତନ କାଳରୁ ନିର୍ମିତ ହୋଇଥିବା ଏକ ଦୁର୍ଗା ମନ୍ଦିର ରହିଛି। ଏଠାରେ ମା’ଙ୍କୁ ଦର୍ଶନ କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ବିଶ୍ୱନାଥ ମନ୍ଦିର –
କାଶୀ ବିଶ୍ୱନାଥ ମନ୍ଦିରକୁ ଏଠାକାର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ କୁହାଯାଏ। ଏଠାରେ ବିଶ୍ୱନାଥ ଜ୍ୟୋର୍ତିଲିଙ୍ଗ ସ୍ଥାପିତ ରହିଛି। ଏଠାରେ ପ୍ରଭୁଙ୍କୁ ଦର୍ଶନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories