www.samajalive.in
Saturday, December 6, 2025
17.1 C
Bhubaneswar

ଟିମ୍‌ ଇଣ୍ଡିଆକୁ ଅଷ୍ଟ୍ରେଲିଆ ନେତାଙ୍କ ଚେତାବନୀ; ‘ନିୟମରେ ରହି ନ ପାରିଲେ ଆସନାହିଁ’

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ କରୋନା ଯୋଗୁ କ୍ବାରେଣ୍ଟାଇନ ନିୟମକୁ କଡ଼ାକଡ଼ି କରାଯାଇଛି। ସେଥିରୁ ଗୋଟିଏ ହେଉଛି କୁଇନ୍‌ସଲାଣ୍ଡର ବ୍ରିସବେନ୍‌, ଯେଉଁଠି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ ମ୍ୟାଚ ଖେଳାଯିବା ଲାଗି ସ୍ଥିର ହୋଇଛି। ବ୍ରିସବେନ୍‌ର ଗାବା ଷ୍ଟାଡିୟମରେ ୪ର୍ଥ ଟେଷ୍ଟ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। କିନ୍ତୁ ବ୍ରିସବେନରେ କ୍ବାରେଣ୍ଟାଇନ୍‌ର କଡ଼ା ନିୟମ ଯୋଗୁ ଭାରତୀୟ ଖେଳାଳିମାନେ ସେଠାକୁ ଯିବା ଲାଗି ଇଚ୍ଛୁକ ନାହାନ୍ତି। ବରଂ, ସିଡ୍‌ନୀରେ ଉଭୟ ୩ୟ ଏବଂ ୪ର୍ଥ ଟେଷ୍ଟ ଖେଳିବାକୁ ଟିମ୍‌ ଇଣ୍ଡିଆ ଖେଳାଳିମାନେ ଆଗ୍ରହ ପ୍ରକାଶ କରିଛନ୍ତି।


ଏହି ପରିପ୍ରେକ୍ଷୀରେ କୁଇନ୍‌ସଲାଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ ରୋସ୍‌ ବେଟ୍‌ସ ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କୁ ସମାଲୋଚନା କରିବା ସହିତ ଚେତାବନୀ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ନିୟମର କୌଣସି ବିକଳ୍ପ ନାହିଁ। ଯଦି ଭାରତୀୟ ଖେଳାଳିମାନେ ନିୟମ ଅନୁସାରେ ଖେଳିବାକୁ ଚାହୁଁନାହାନ୍ତି, ତେବେ ସେମାନେ ଏଠାକୁ ନ ଆସନ୍ତୁ। ଏଠାରେ ପ୍ରୋଟୋକଲକୁ ଅଣଦେଖା କରିବାର କୌଣସି ସ୍ଥାନ ନାହିଁ। ସମସ୍ତଙ୍କୁ ଏହାର ପାଳନ କରିବାକୁ ପଡ଼ିବ।

- Advertisement -

ସେ ଆହୁରି କହିଛନ୍ତି, ଯଦି ଭାରତୀୟ କ୍ରିକେଟ ଟିମ୍‌ ୪ର୍ଥ ଟେଷ୍ଟ ପାଇଁ ବ୍ରିସବେନ୍‌ରେ ଅବ୍ୟବସ୍ଥିତ ନିର୍ଦେଶାବଳୀ ଲାଗୁ କରିବାକୁ ଚାହୁଁଛନ୍ତି, ତେବେ ସେମାନେ ଏଠାକୁ ଆସିବା ଦରକାର ନାହିଁ। ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ ହେବା ଉଚିତ। ଅଷ୍ଟ୍ରେଲିଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତ ଗାବା ଷ୍ଟାଡିୟମରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ମ୍ୟାଚ ଜିତିନାହିଁ। ବ୍ରିସବେନ୍‌ରେ ଆଉ ଥରେ କ୍ବାରେଣ୍ଟାଇନରେ ରହିବା ସମ୍ଭାବନା ଥିବାରୁ ଖେଳାଳିମାନେ ଖୁସି ନାହାନ୍ତି। କାରଣ ସେମାନେ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ୧୪ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories