www.samajalive.in
Monday, December 15, 2025
27.1 C
Bhubaneswar

କୋଭିଡ ଟିକାକରଣ ପ୍ରସ୍ତୁତି, ୧ ଲକ୍ଷ ୧୪ ହଜାର ୧୦୦ ଟୀକା ପ୍ରଦାନକାରୀଙ୍କୁ ଦିଆଗଲା ପ୍ରଶିକ୍ଷଣ

ସମଗ୍ର ଦେଶରେ କୋଭିଡ-୧୯ ପ୍ରତିଷେଧକ ଟିକାକରଣ ପ୍ରକ୍ରିୟାର ପ୍ରସ୍ତୁତି ଅଭ୍ୟାସ ସମ୍ପନ୍ନ ହୋଇଛି। କୋଭିଡ ପ୍ରତିଷେଧକ ଦିଆଯିବା ଲାଗି ସମସ୍ତ ପ୍ରସ୍ତୁତିର ଏଥିରେ ପରୀକ୍ଷା କରାଯାଇଥିଲା। କୋଭିଡ ପ୍ରତିଷେଧକ ଯେପରି ସୂଚାରୁରୂପେ ଲୋକମାନଙ୍କୁ ଦିଆଯାଇ ପାରିବ ସେଥିପାଇଁ ଯୋଜନାର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ପରୀକ୍ଷାନିରୀକ୍ଷା କରାଯାଇଛି। ଆଗକୁ ଦେଶରେ କୋଭିଡ ପ୍ରତିଷେଧକ ଦିଆଯିବା ଆରମ୍ଭ ହେବାକୁ ଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଶର ୨୮୫ଟି ସ୍ଥାନରେ ଏହି ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ କରାଇଛି। ଏହି ଅଭିଯାନରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୨୫ଟି ଜିଲ୍ଲାରେ ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହି ସ୍ଥାନଗୁଡ଼ିକ ମଧ୍ୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନ ଥିଲା। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅତି କମ୍‍ରେ ତିନୋଟି ସ୍ଥାନରେ ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟର କୋଭିଡ ପ୍ରତିଷେଧକ ଦିଆଯିବା ଯେପରି ସୂଚାରୁରୂପେ ସମ୍ପନ୍ନ ହେବ ତାହା ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ। ଏହା ମଧ୍ୟରେ ପ୍ରତିଷେଧକ ଦିଆଯିବା ପାଇଁ ଯୋଜନା ଓ କାର୍ଯ୍ୟକାରିତା ଏବଂ ବିଭିନ୍ନ ଅସୁବିଧାକୁ ଚିହ୍ନଟ କରିବା ଅନ୍ତର୍ଭୁକ୍ତ। ପ୍ରତିଷେଧକ ପାଇଁ ଶୀତଳ ଭଣ୍ଡାର ନିର୍ମାଣ, ପ୍ରତିଷେଧକର ପରିବହନ, ଲୋକମାନଙ୍କର ପରିଚାଳନା ଓ ଟିମ୍‍ ସଦସ୍ୟମାନଙ୍କର ମୁତୟନ ପ୍ରଭୃତି ବିଷୟରେ ଏଥିରେ ଅଭ୍ୟାସ କରାଯାଇଛି।

- Advertisement -

ପ୍ରାୟ ୧ ଲକ୍ଷ ୧୪ ହଜାର ୧୦୦ ଟୀକା ପ୍ରଦାନକାରୀଙ୍କୁ ଏହି ପ୍ରକ୍ରିୟାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଟୀକାଦାନ କେନ୍ଦ୍ରରେ ହିତାଧିକାରୀଙ୍କ ଯାଞ୍ଚ୍‍, ଟୀକାକରଣ, ଶୀତଳଭଣ୍ଡାର ଶୃଙ୍ଖଳ, ଲଜିଷ୍ଟିକ୍‍ ପରିଚାଳନା, ଡାକ୍ତରୀ ଉପକରଣର ବର୍ଜ୍ୟ ପରିଚାଳନା, ଟୀକାକରଣ ପରେ ଏହାର ପ୍ରଭାବ ଆଦି ସମସ୍ତ ପ୍ରକ୍ରିୟା CoWIN ସଫ୍ଟୱେର ମାଧ୍ୟମରେ କରାଯାଇଛି।

ରାଜ୍ୟଗୁଡ଼ିକ ପକ୍ଷରୁ ଯୋଗାଇ ଦିଆଯାଇଥିବା ସମସ୍ତ ତଥ୍ୟକୁ ଆଇଟି ପ୍ଲାଟ୍‍ଫର୍ମ ମାଧ୍ୟମରେ ସମନ୍ୱୟ କରାଯାଇଛି। ପୂର୍ବରୁ ଆସାମ, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ଗୁଜରାତ ଭଳି ୪ଟି ରାଜ୍ୟରେ ଗତ ଡିସେମ୍ବର ୨୮ ଓ ୨୯ ତାରିଖରେ ଏଭଳି ଅଭ୍ୟାସ କାର୍ଯ୍ୟ କରାଯାଇଥିଲା। କୋବିଡ୍‍ ପ୍ରତିଷେଧକ ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ସମସ୍ତଙ୍କୁ ମାଗଣାରେ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୧କୋଟି ସ୍ୱାସ୍ଥ୍ୟ କର୍ମୀ ଓ କୋବିଡ୍‍ର ମୁକାବିଲା ପାଇଁ ମୁତୟନ ୨ କୋଟି ଲୋକଙ୍କୁ ମଧ୍ୟ ପ୍ରତିଷେଧକ ଦିଆଯିବ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories