www.samajalive.in
Sunday, December 7, 2025
14.1 C
Bhubaneswar

ଦେଶର କ୍ଷମତା, ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଉପରେ ଭରସା ଅଛି, ଭାରତ ପୁଣି ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ : ମୋଦୀ

ନୂଆଦିଲ୍ଲୀ : ମହାମାରୀ କରୋନା ସଙ୍କଟ ମଧ୍ୟରେ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଛି । କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସଜାଡିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଭାରତୀୟମାନଙ୍କ କ୍ଷମତା, ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ବିଶ୍ଵରେ ସବୋର୍ତ୍ତମ ଏଣୁ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ଭାରତର ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ଅଧିବେଶନକୁ ସଂମ୍ବୋଧିତ କରି ସେ କହିଛନ୍ତି କରୋନା ମହାମାରୀ ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡିଛି ସତ କିନ୍ତୁ ସଙ୍କଟ ସମୟର ସମ୍ମୁଖୀନ ହେବା ପାଇଁ ଭାରତୀୟଙ୍କ ଦକ୍ଷତା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି । ଏଥି ସହିତ ଭାରତକୁ ଦ୍ରୁତ ବିକାଶ ପଥରେ ଫେରାଇ ଆଣିବା ପାଇଁ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ୫ ଟି ଜିନିଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ୫ଟି ଗୁରୁତ୍ଵପୂର୍ଣ୍ଣ ଜିନିଷ ଗୁଡ଼ିକ ହେଉଛି – ଉଦ୍ଦେଶ୍ୟ, ଅନ୍ତର୍ଭୂକ୍ତ, ବିନିଯୋଗ, ଭିତ୍ତିଭୂମି ଏବଂ ଅଭିନବ । ଭାରତୀୟମାନେ ଏହି ୫ଟି ସୁତ୍ରକୁ ମାଧ୍ୟମ କରି ଆତ୍ମନିର୍ଭର ଭାରତ ମାଧ୍ୟମରେ ଭାରତକୁ ପୁଣିଥରେ ଆର୍ଥିକ ଅଭିବୃଦ୍ଧି ପଥକୁ ଫେରାଇ ଆଣିବେ ।

- Advertisement -


ସେ ଆହୁରିମଧ୍ୟ କହିଛନ୍ତି ଯେ ଭାରତରେ ଲକଡାଉନ ଶେଷ ହୋଇଛି ଭାରତରେ ବର୍ତ୍ତମାନ ଅନଲକ-୧ ଆରମ୍ଭ ହୋଇଛି । ଜୁନ ୮ ପରେ ଆହୁରି ଅନେକ କିଛି ଖୋଲିଯିବ । ଭାରତ ପୁଣି ଥରେ ନିଜର ଅଭିବୃଦ୍ଧିକୁ ହାସଲ କରିନେବ ବୋଲି ତାଙ୍କର ବିଶ୍ବାସ ରହିଛି । କାରଣ ଭାରତୀୟ ଚାଷୀ, ଭାରତୀୟ ଶିଳ୍ପଜଗତ, ଏମଏସଏମଇ କ୍ଷେତ୍ରର ଦକ୍ଷତା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି । ବିଭିନ୍ନ ରଣନୀତି ମାମଲାରେ ଅନ୍ୟ କାହା ଉପରେ ନିର୍ଭର ନକରି ଆତ୍ମନିର୍ଭବ ଭାରତ ଅର୍ଥ ରୋଜଗାର ଓ ବିଶ୍ୱାସ ସୃଷ୍ଟି କରିବା । ଯାହା ଦ୍ବାରା  ଭାରତର ଗ୍ଲୋବାଲ ସପ୍ଲାଇ୍ ଚେନ୍ ମଜବୁତ ହେବ ବୋଲି ମୋଦୀ କହିଛନ୍ତି ।


ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ଅଧିବେଶନ ଅବସରରେ ପ୍ରଧାନମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି ଯେ ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ହେଲେ ଶିଳ୍ପଜଗତର ଗୁରୁ ଭୂମିକା ରହିଛି । ଏଣୁ ସରକାର ମଧ୍ୟ ସର୍ବଦା ଶିଳ୍ପଜଗତ ସହ ରହିଥିବା ଭରସା ଦେଇଛନ୍ତି । ଶିଳ୍ପ ଜଗତ ଗୋଟିଏ ପାଦ ଆଗକୁ ବଢିଲେ ସରକାର ୪ ପାଦ ଆଗକୁ ବଢିବେ ବୋଲି ମୋଦୀ କହିଛନ୍ତି ।


ପ୍ରଧାନମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି ଯେ କରୋନା ମହାମାରୀ ମୁକାବିଲା ​‌କ୍ଷେତ୍ରରେ ଭାରତର ସ୍ଥିତି ଅନ୍ୟଦେଶ ତୁଳନାରେ ଭଲ ଅଛି । ଦେଶର ଗରିବ ଲୋକଙ୍କ ପାଖରେ ବର୍ତ୍ତମାନ ସମୟରେ ଖାଦ୍ୟ ପହଞ୍ଚାଇବା ପାଇଁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଉପଯୋଗ କରାଯାଇଛି । ଏହି ଯୋଜନା ଅଧୀନରେ ପ୍ରାୟ ୭୪ କୋଟି ହିତାଧିକାରୀଙ୍କୁ ରାସନ ପ୍ରଦାନ କରାଯାଇଛି। ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ମାଗଣା ରାସନ ଯୋଗାଇ ଦିଆଯାଉଛି । ୮ କୋଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦିଆଯାଇଛି । ପ୍ରାଇଭେଟ୍ ସେକ୍ଟରର ୫୦ ଲକ୍ଷ କର୍ମଚାରୀଙ୍କ ୨୪ ପ୍ରତିଶତ ଇପିଏଫଓ ସରକାର ଭରିଛନ୍ତି । କରୋନା ବିରୋଧରେ ଅର୍ଥନୀତିକୁ ପୁନ ଶକ୍ତିଶାଳୀ କରିବା ଆମର ପ୍ରଥମ ପ୍ରାଥମିକତା ମଧ୍ୟରୁ ଗୋଟିଏ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories