www.samajalive.in
Tuesday, December 9, 2025
17.1 C
Bhubaneswar

ସରକାରଙ୍କ ନିର୍ଦ୍ଦେଶ ପରେ ଅଟକିଲା ଆଲ୍ଲାବାଦିଆଙ୍କ ଅଭିନୀତ ‘India Got Latent’ ଏପିସୋଡ୍

ଡେସ୍କ: ୟୁଟ୍ୟୁବରେ ରଣବୀର ଆଲ୍ଲାବାଦିଆଙ୍କ ଅଶ୍ଳୀଳ ମନ୍ତବ୍ୟ ଥିବା ‘India Got Latent’ର ଏକ ଅଧ୍ୟାୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍ କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଏକ ପୋଷ୍ଟରେ କହିଛନ୍ତି, ରଣବୀର ଆଲ୍ଲାବାଦିଆଙ୍କ ଅଶ୍ଳୀଳ ଏବଂ ବିକୃତ ମନ୍ତବ୍ୟ ସହ @YouTube ‘India Has Latent’ ଏପିସୋଡକୁ ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ଅବରୋଧ କରାଯାଇଛି।

ହାସ୍ୟ ଅଭିନେତା ସାମୟ ରାଇନାଙ୍କ ୟୁଟ୍ୟୁବ୍ ରିଆଲିଟି ସୋ’ ‘India Got Latent’ରେ ପିତାମାତା ଓ ଯୌନ ସମ୍ପର୍କକୁ ନେଇ ଅଶ୍ଳୀଳ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଆଲ୍ଲାବାଦିଆଙ୍କୁ ସବୁ ମହଲରୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

- Advertisement -

ବିୟର ବାଇସେପ୍ସ ନାମରେ ଜଣାଶୁଣା ଏହି ୟୁଟ୍ୟୁବର ପରବର୍ତ୍ତୀ ସମୟରେ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଏହା ମଧ୍ୟ କହିଛନ୍ତି, ସେ ସୋ’ର ନିର୍ମାତାଙ୍କୁ ବିବାଦୀୟ ଅଂଶ ହଟାଇବାକୁ କହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories