ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ଏବଂ କଟକରେ କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ପ୍ରବଳ ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇଛି। ଆକାଶ କଳାହାଣ୍ଡିଆ ମେଘରେ ଆଚ୍ଛନ୍ନ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୫ ଜିଲାକୁ ହଳଦିଆ ସତର୍କତା ଜାରି କରାଯାଇଥିଲା। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଥିଲା। ଏହା ସହିତ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା।



