www.samajalive.in
Monday, December 15, 2025
27.1 C
Bhubaneswar

ଦକ୍ଷିଣ ଆଫ୍ରିକାକୁ ୩୫୦ ରନର ବିଜୟଲକ୍ଷ୍ୟ ଦେଲା ଟିମ ଇଣ୍ଡିଆ

ସମାଜଲାଇଭ ଡେସ୍କ: ରାଞ୍ଚିରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣଆଫ୍ରିକା ଦଳକୁ ୩୫୦ ରନର ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ। ଟସ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୩୪୯ ରନ ସଂଗ୍ରହ କରିଛି। ବିରାଟ କୋହଲିଙ୍କ ଆକର୍ଷଣୀୟ ୧୩୫ ରନର ଶତକୀୟ ଇନିଂସ, ଅଧିନାୟକ କେ.ଏଲ. ରାହୁଲଙ୍କ ୬୦ ଏବଂ ରୋହିତ ଶର୍ମାଙ୍କ ୫୭ ରନ ବଳରେ ଦଳ ଏହି ସ୍କୋର କରିବାରେ ସଫଳ ହୋଇଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ନାନ୍ଦରେ ବର୍ଗର, ଓଟନେଲ ବାର୍ଟମ୍ୟାନ, ମାର୍କୋ ଜାନସେନ ଏବଂ କର୍ବିନ ବସ୍କ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।

ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯଶସ୍ବୀ ଜୟସୱାଲ ଏବଂ ରୋହିତ ଶର୍ମା ଇନିଂସ ଓପନ କରିଥିବାବେଳେ ମାତ୍ର ୨୫ ରନରେ ପ୍ରଥମ ଉଇକେଟ ହରାଇଥିଲା। ପ୍ରଥମ ଉଇକେଟ ଭାବେ ଜୟସୱାଲ ଆଉଟ ହୋଇଥିଲେ। ସେ ମାତ୍ର ୧୮ ରନ କରିଥିଲେ। ଏହା ପରେ ବିରାଟ କୋହଲି ଏବଂ ରୋହିତ ଇନିଂସକୁ ଆଗେଇ ଦେଇଥିଲେ। ରୋହିତ ୫୧ ବଳରେ ୩ ଛକା ସହିତ ୫୭ ରନ କରି ଆଉଟ ହୋଇଥିଲେ। ଏହା ପରେ ରୁତୁରାଜ ଗାଏକୱାଡ ବି ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ମାତ୍ର ୮ ରନରେ ନିଜ ଉଇକେଟ ହରାଇଥିଲେ। ସେହିପରି ୪ର୍ଥ ଉଇକେଟ ଭାବେ ୱାଶିଂଟନ ସୁନ୍ଦର ୧୩ ରନ କରି ଆଉଟ ହୋଇଛନ୍ତି। କୋହଲି ଗୋଟିଏ ପଟେ ଦୃଢ଼ ଭାବେ ଛିଡ଼ା ହୋଇଥିବାବେଳେ ବଡ଼ ସ୍କୋର ପାଇଁ ଭାଗିଦାରିର ଆବଶ୍ୟକତା ରହିଥିଲା। ଏହି ସମୟରେ ଅଧିନାୟକ ରାହୁଲ ତାଙ୍କ ସାଥ ଦେଇଥିଲେ। ଯାହାପଳରେ କୋହଲି ୧୦୨ ବଲରେ ଦିନିକିଆରେ ନିଜର ୫୨ତମ ଶତକ ପୂରଣ କରିବା ସହିତ ୧୨୦ ବଲରେ ୧୩୫ ରନ କରିପାରିଥିଲେ। କୋହଲି ଆଉଟ ହେବା ପରେ ରାହୁଲ ଏବଂ ରବୀନ୍ଦ୍ର ଜାଡେଜା ଦଳର ସ୍କୋରକୁ ଆଗେଇ ନେଇଥିଲେ। ଜାଡେଜା ୩୨ ରନ କରି ଆଉଟ୍‌ ହୋଇଥିଲେ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories