www.samajalive.in
Monday, December 15, 2025
27.1 C
Bhubaneswar

କଲ୍ୟାଣସିଂହପୁରରେ ୨୮ ଟିକିଆ ହାତୀପଲ, ଲୋକେ ଭୟଭୀତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜରେ ୨୮ ଟିକିଆ ହାତୀପଲ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ହାତୀପଲଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ସିଙ୍ଗାରି ବିଟ ରେ ଦୁଇଟି ଓ ନିୟମଗିରି ଅଞ୍ଚଳର ଲାଖପଦର ଓ ଡ଼ଙ୍ଗାମାଟି ଗ୍ରାମ ଅଞ୍ଚଳରେ ଏହି ହାତୀମାନେ ବୁଲୁଥିବା ଦେଖିବାକୁ ମିଳିଛି।

ହାତୀ ଲାଞ୍ଜିଗଡ ରେଞ୍ଜ ଓ କଲ୍ୟାଣସିଂହପୁର ରେଞ୍ଜ ମଧ୍ୟରେ ବୁଲୁଥିବାବେଳେ କିଛିଦିନ ତଳେ ଏକ ଛୋଟ ପିଲାକୁ ଶୁଣ୍ଢରେ ବୁଲାଇ ମାରିଦେଇଥିଲେ। ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡ଼ଙ୍ଗରିଆ କନ୍ଧ  ଗ୍ରାମରେ ପଶି ଫସଲ ନଷ୍ଟ, ପାଇପ ଉପାଡିବା ସହ ଘରେ ପଶି ଖାଦ୍ୟ ଶସ୍ୟ ନଷ୍ଟ କରି ଘର ଭାଙ୍ଗିଦେଇଥିଲେ। ଏହାକୁ ନେଇ କଲ୍ୟାଣସିଂହପୁର ବନବିଭାଗ ପକ୍ଷରୁ ବନପାଳ ଭଗବାନ ସାରକା, ବନରଖି ତେଜସ୍ୱନୀ ସାହୁ ସମେତ ହାତୀ ସ୍କ୍ବାଡ୍‌ ଦଳ ଉକ୍ତ ଅଞ୍ଚଳରେ ପରିଦର୍ଶନ କରି ହାତୀକୁ ଘଉଡ଼ାଇଛନ୍ତି। ହାତୀଙ୍କୁ ବିରକ୍ତ ନ କରିବା ପାଇଁ ଲୋକଙ୍କୁ ସଚେତନ କରାଇବା ସହିତ ହାତୀ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବା ଲାଗି ପରାମର୍ଶ ଦେଇଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories