www.samajalive.in
Tuesday, December 9, 2025
26.1 C
Bhubaneswar

୨୪ କୋଟି ଟପିଲା କରୋନା ପ୍ରତିଷେଧକ ଟିକାକରଣ

ଆଜି ସୁଦ୍ଧା ଦେଶରେ ୨୪କୋଟିରୁ ଅଧିକ ଲୋକଙ୍କୁ ଏହି ପ୍ରତିଷେଧକ ଟିକାକରଣ କରାଯାଇଛି। ଫଳରେ କରୋନା ପ୍ରତିଷେଧକ ଟିକାକରଣ ଅଭିଯାନ କ୍ଷେତ୍ରରେ ପୁଣି ଭାରତ ଏକ ମାଇଲ୍‍ ଖୁଣ୍ଟ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଲକ୍ଷ ୭୯ ହଜାରରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ପାଖାପାଖି ଲୋକଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୩ ଲକ୍ଷ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୪ କୋଟି ୨୭ ଲକ୍ଷ ଲୋକଙ୍କୁ କରୋନା ପ୍ରତିଷେଧକ ଟିକାକରଣ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ୧୮ରୁ ୪୪ ବୟସ ବର୍ଗରେ ୩ କୋଟି ୪୨ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୯ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‍ ଏବଂ ୮୬ ହଜାର ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ପ୍ରାୟ ୧୦ ଲକ୍ଷରୁ ଅଧିକ ଏହି ବୟସ ବର୍ଗର ହିତାଧିକାରୀ ସେମାନଙ୍କର ପ୍ରଥମ ଡୋଜ୍‍ ଟିକା ନେଇଛନ୍ତି ଏବଂ ବିଶେଷକରି ବିହାର, ଦିଲ୍ଲୀ, ଗୁଜରାଟ, ହରିଆଣା, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଏହି ହିତାଧିକାରୀମାନେ ଅଛନ୍ତି।

- Advertisement -

ପାଖାପାଖି ୧୯ କୋଟି ୫୩ ଲକ୍ଷରୁ ଅଧିକ ହିତାଧିକାରୀ ସେମାନଙ୍କର ପ୍ରଥମ ଟିକା ନେଇଥିବାବେଳେ ୪ କୋଟି ୭୫ ଲକ୍ଷ ହିତାଧିକାରୀ ଏହି ପ୍ରତିଷେଧକ ଟିକାର ଦୁଇଟି ଯାକ ଡୋଜ୍‍ ନେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କରୋନା ମହାମାରୀ ମୁକାବିଲା ଦିଗରେ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ଟିକାକରଣକୁ ମୌଳିକ ପ୍ରାଥମିକତା ଭାବେ ଗ୍ରହଣ କରାଯାଇଛି। ଗତମାସ ପ୍ରଥମରୁ ଦେଶରେ ଏହି ବୃହତ କରୋନା ପ୍ରତିଷେଧକ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories