www.samajalive.in
Sunday, December 7, 2025
23.1 C
Bhubaneswar

ଦୁଇ ମାସରେ ଦେଶରେ ଦୈନିକ କରୋନା ପରୀକ୍ଷଣ ୪ ଗୁଣ ବୃଦ୍ଧି

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୧ ଲକ୍ଷ ୫୦ ହଜାର କରୋନା ନମୁନା ପରୀକ୍ଷା କରାଯାଇଛି। ଆଜିସୁଦ୍ଧା ୭ କୋଟି ୯୦ ଲକ୍ଷ ନମୁନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଦୈନିକ ସର୍ବାଧିକ ସଂଖ୍ୟକ ପରୀକ୍ଷଣ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ବିଶ୍ୱର ଅନ୍ୟତମ ଦେଶ ଭାବରେ ପରିଗଣିତ ହୋଇଛି। ଚଳିତ ବର୍ଷ ଜାନୁଆରୀରେ ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ କେବଳ ଗୋଟିଏ ପରୀକ୍ଷା ଲ୍ୟାବରୁ ଆରମ୍ଭ କରି ଦେଶରେ ଆଜି କୋଭିଡ୍ ନମୁନା ପରୀକ୍ଷା ପାଇଁ ୧ ହଜାର ୮୭୩ଟି ପରୀକ୍ଷାଗାର ରହିଛି ଯେଉଁଥିରେ ୧ ହଜାର ୧୦୧ଟି ସରକାରୀ ଏବଂ ୭୭୨ଟି ଘରୋଇ ପରୀକ୍ଷାଗାର ରହିଛି।

ମାତ୍ର ଦୁଇ ମାସ ମଧ୍ୟରେ ହାରାହାରି ଦୈନିକ ପରୀକ୍ଷଣ ପ୍ରାୟ ୪ ଗୁଣ ବୃଦ୍ଧି ପାଇଛି। ଗତ କିଛି ସପ୍ତାହରେ ଏହା ପ୍ରାୟ ୧୨ ଲକ୍ଷ ସୀମା ଅତିକ୍ରମ କରିଛି। ପରୀକ୍ଷଣ ଭିତ୍ତିଭୂମି ସମ୍ପ୍ରସାରଣ ସହିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଦ୍ୱାରା ଦୈନିକ ପରୀକ୍ଷା ମଧ୍ୟ ବୃଦ୍ଧି ପାଇଛି। ଜାତୀୟ ହାର ତୁଳନାରେ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଅଧିକ ପରୀକ୍ଷା କରୁଥିବା ମନ୍ତ୍ରାଳୟ ସୂଚନା ଦେଇଛି। ଅନ୍ୟ ପକ୍ଷରେ ପରୀକ୍ଷଣରେ ବୃଦ୍ଧି ସତ୍ୱେ ପଜିଟିଭ ହାର କମ୍ ରହିଛି ଏବଂ ଏବଂ ଏହା ୮ ଦଶମିକ ୪ ପ୍ରତିଶତ ପାଖାପାଖି ରହିଛି। ବିହାର, ଗୁଜୁରାଟ, ଉତ୍ତରପ୍ରଦେଶ, ମଣିପୁର, ଝାଡ଼ଖଣ୍ଡ ଏବଂ ତେଲେଙ୍ଗାନାରେ ପଜିଟିଭ ହାର ୫ ପ୍ରତିଶତରୁ କମ୍ ରହିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories