www.samajalive.in
Saturday, December 13, 2025
23.1 C
Bhubaneswar

୨ୟ ଦିନିକିଆ ଆଜି ; ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଭାରତ

ଆଡିଲେଡ୍ : ବୋଧହୁଏ ଏହା ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ ଅଷ୍ଟ୍ରେଲିଆ ଗସ୍ତ କୁହାଯିବ। ଏହି ଗସ୍ତରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜ୍‌ରେ ଭାରତ ପରାସ୍ତ କରିଛି। ଗସ୍ତ ଆରମ୍ଭରେ ଟ୍ବେଣ୍ଟି୨୦ ସିରିଜ୍ ଡ୍ର ରହିଥିବା ବେଳେ ବର୍ଷା ନ ହୋଇଥିଲେ ବୋଧହୁଏ ଭାରତ ଏହି ସିରିଜ୍ ଜିତି ପାରିଥାଆନ୍ତା। ତେବେ ଗସ୍ତର ୩ୟ ସିରିଜ୍ ଜିତିବାର ଲକ୍ଷ୍ୟ ଭାରତର ରହିଛି। ତେବେ ଏଥିପାଇଁ ଭାରତକୁ ଗସ୍ତର ୨ଟିଯାକ ମ୍ୟାଚ୍ ଜିତିବାକୁ ପଡ଼ିବ। ଚଳିତ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଜିତିସାରିଛି। ସିରିଜ୍‌ର ୨ୟ ଦିନିକିଆ ମଙ୍ଗଳବାର ଏଠାରେ ଖେଳାଯିବ। ସିରିଜ୍‌ ଜିତିବା କଥା ଭାବିବା ପୂର୍ବରୁ ଏହି ମ୍ୟାଚ୍ ଜିତି ସିରିଜ ବଞ୍ଚାଇ ରଖିବା ଭାରତୀୟ ଦଳର ପ୍ରଥମ ଲକ୍ଷ୍ୟ ରହିବ। ଏଥିପାଇଁ ପ୍ରଥମ ଦିନିକିଆଠାରୁ ଭାରତକୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।
ଦିନିକିଆ ସିରିଜ୍‌ରେ ଫେଭରିଟ୍ ଭାବେ ଭାରତ ଓହ୍ଲାଇଥିଲା। ତେବେ ଶନିବାର ଖେଳା ଯାଇଥିବା ମ୍ୟାଚ୍‌ରେ ଅନଭିଜ୍ଞ ଅଷ୍ଟ୍ରେଲୀୟ ଦଳ ଲଢ଼ୁଆ ପ୍ରଦର୍ଶନ କରି ଅଭିଜ୍ଞ ଭାରତୀୟ ଦଳକୁ ସ୍ତବ୍‌ଧ କରି ଦେଇଥିଲା। ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ୩ ଭାରତୀୟ ପେସ୍ ବୋଲର- ମହମ୍ମଦ ସାମି, ଖଲିଲ ଅହମ୍ମଦ ଓ ଭୁବନେଶ୍ବର କୁମାର ଘରୋଇ ଦଳର ବ୍ୟାଟିଂ ଉପରେ ସେପରି ପ୍ରଭାବ ପକାଇ ପାରିନଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହାର ପେସ୍ ବୋଲର। ଅଭିଜ୍ଞ ପିଟର ସିଡ୍‌ଲ ସେପରି ଭଲ ବୋଲିଂ କରିନଥିଲେ ହେଁ ଜେସନ୍ ବେହେରନ୍‌ଡର୍ଫ ଓ ଝାୟ ରିଚାର୍ଡସନ୍ ଭାରତୀୟ ବ୍ୟାଟିଂକୁ କାବୁ କରି ପାରିଥିଲେ। ନୂଆବଲ୍‌ରେ ଉଭ​‌େ​‌ୟ ଚମତ୍କାର ବୋଲିଂ କରିବାରୁ ଭାରତ ୪ ରନ୍‌ରେ ୩ଟି ୱିକେଟ ହରାଇଥିଲା। ଏହା ହିଁ ମ୍ୟାଚ୍‌ରେ ନିର୍ଣ୍ଣାୟକ ମୋଡ଼ ଥିଲା ଏବଂ ଭାରତ ଏହି ଧକ୍କାରୁ ମୁକୁଳି ପାରିନଥିଲା। ରୋହିତ ଶର୍ମା ଲଢ଼ୁଆ ଶତକ ହାସଲ କରିଥିଲେ ହେଁ ଏହା ଯଥେଷ୍ଟ ନଥିଲା। ମୁଖ୍ୟ କଥା ହେଉଛି ଅଷ୍ଟ୍ରେଲିଆ ବୋଲର ଭାରତୀୟ ମଧ୍ୟକ୍ରମକୁ ବାନ୍ଧି ରଖିବାରୁ ଆବଶ୍ୟକ ରନ୍‌ହାର ବଢ଼ି ଚାଲିଥିଲା। ଅନଭିଜ୍ଞ ଥିଲେ ବି ଅଷ୍ଟ୍ରେଲିଆ ବ୍ୟାଟିଂ ସେପରି ଦୁର୍ବଳ ନୁହେଁ। ଯେଉଁ ବ୍ୟାଟିଂ ଲାଇନ୍‌ରେ ଗ୍ଲେନ୍ ମ୍ୟାକ୍ସୱେଲ ୭ନଂ ସ୍ଥାନରେ ବ୍ୟାଟିଂ କରୁଛନ୍ତି; ସେହି ବ୍ୟାଟିଂ ଲାଇନ୍ ନିଶ୍ଚୟ ଶକ୍ତିଶାଳୀ। ଦଳର ସମସ୍ୟା ହେଲୋ ଯେ ଓପ୍‌ନର ତଥା ଅଧିନାୟକ ଆରୋନ୍ ଫିଞ୍ଚ୍ ରନ୍ କରୁନାହାନ୍ତି ଏବଂ ଅନ୍ୟ ଓପ୍‌ନର ଆଲେକ୍ସ କାରେ ବେଶ୍ ଅନଭିଜ୍ଞ। ତେବେ ମଧ୍ୟକ୍ରମରେ ଉସ୍‌ମାନ ଖାୱାଜା, ସନ୍ ମାର୍ଶ, ପିଟର ହ୍ୟାଣ୍ଡସକମ୍ବ୍ ଓ ମାର୍କସ ଷ୍ଟୋଇନିସ୍‌ ପ୍ରଥମ ଦିନିକିଆ​‌ରେ ଚମତ୍କାର ପ୍ରଦର୍ଶନ କରିିଥିଲେ। ଅଷ୍ଟେଲିଆର ବୋଲିଂ ଲାଇନ୍‌ରେ କୌଣସି ସମସ୍ୟା ନାହିଁ। ତେଣୁ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇପାରେ।
ତେବେ ଭାରତ ତା’ର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ। ପ୍ରଥମ ମ୍ୟାଚ୍‌ରେ ବିଫଳ ହେବା ସତ୍ତ୍ବେ ଅମ୍ବତି ରାୟୁଡୁ ଆଉ ଏକ ସୁଯୋଗ ପାଇବେ। ତେବେ ତାଙ୍କ ବୋଲିଂ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ତେଣୁ ସେ ବୋଲିଂ କରିବେ ନାହିଁ। ଫଳରେ ଭାରତ ଜଣେ ଉପଯୋଗୀ ଅଫ୍‌ସ୍ପିନର ହରାଇବ। ଏହାକୁ ଦୃଷ୍ଟିରେ ରଖି ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଭାବେ କେଦାର ଯାଦବ ଖେଳିପାରନ୍ତି। କେଦାରଙ୍କ ଅଫ୍‌ସ୍ପିନ ଦଳ ପାଇଁ ଉପଯୋଗୀ ହୋଇପାରେ। ଦଳର ପେସ୍ ବୋଲରଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ରୋହିତ ଶର୍ମା ଶତକ ମାରିଥିଲେ ହେଁ ଭାରତୀୟ ଦଳର ଦୁଇ ମ୍ୟାଚ୍ ବିଜେତା ଶିଖର ଧାୱନ ଓ ଅଧିନାୟକ ବିରାଟ କୋହଲିଙ୍କଠାରୁ ଦଳ ବଡ଼ ସ୍କୋର୍‌ର ଆଶାରଖିଛି। ମହେନ୍ଦ୍ର ସିଂହ ଧୋନି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ତାଙ୍କ ଧିମା ବ୍ୟାଟିଂ ଭାରତୀୟ ଦଳକୁ ଚିନ୍ତାରେ ପକାଇଛି। ଆଡିଲେଡ୍‌ରେ ଗତ କିଛି ମ୍ୟାଚ୍‌ରେ ପେସ୍ ବୋଲର ବେଶ୍ ସଫଳତା ହାସଲ କରିଛନ୍ତି; ତେଣୁ କମ୍ ସ୍କୋର୍ ହୋଇଛି। ଏଥର ମଧ୍ୟ ପିଚ୍‌ରୁ ପେସ୍ ବୋଲର ଫାଇଦା ଉଠାଇବେ। ଆଡିଲେଡ୍‌‌େ‌ର ଉଭୟ ଦଳଙ୍କ ମଧ୍ୟରେ ୫ଟି ଦିନିକିଆ ଖେଳା ଯାଇଥିବା ବେ​‌େ​‌ଳ ଭାରତ ମାତ୍ର ଗୋଟିଏ ଜିତିଛି।
ଆଜି (ମଙ୍ଗଳବାର)ର ମ୍ୟାଚ୍
ଭାରତ-ଅଷ୍ଟ୍ରେଲିଆ (୨ୟ ଦିନିକିଆ); ସିଧା ପ୍ରସାରଣ ସକାଳ ୯ଟାରୁ; ଚ୍ୟାନେଲ: ସୋନି ସିକ୍ସ ଓ ସୋନି ଟେନ୍ ୩।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories