www.samajalive.in
Friday, December 5, 2025
17.1 C
Bhubaneswar

ସମ୍ଭାବ୍ୟ ସରକାର ଗଠନ ସମ୍ପର୍କରେ ‘ଇଣ୍ଡି’ମେଣ୍ଟର ମନ୍ତବ୍ୟ: ଠିକଣା ସମୟରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳ ଘୋଷଣା ପରେ ବିରୋଧୀ ‘ଇଣ୍ଡି’ ମେଣ୍ଟର ବୈଠକ ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ବୈଠକକୁ ମେଣ୍ଟ ନେତାଙ୍କୁ ଖଡଗେ ସ୍ବାଗତ କରିବା ସହିତ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ଯେଉଁ ଆଭିମୁଖ୍ୟ ନେଇ ଲଢେଇ କରିଛି ତାକୁ ଖଡଗେ ପ୍ରଶଂସା କରିଛନ୍ତି। ମେଣ୍ଟ ନେତାଙ୍କୁ ସମ୍ବୋଧନ କରି ଖଡଗେ କହିଛନ୍ତି ଯେ ଆମେ ଲକ୍ଷ୍ୟନିଷ୍ଠ ହୋଇ ଏକାଠି ଭଲ ଲଢେଇ କରିଛେ। ଆଉ ଏହି ଲଢେଇରେ ଆମକୁ ଭଲ ସଫଳତା ମିଳିଛି। ନିର୍ବାଚନରେ ଇଣ୍ଡି ମେଣ୍ଟକୁ ଦେଶବାସୀ ଯେଉଁ ସମର୍ଥନ କରିଛନ୍ତି ସେଥିପାଇଁ ମେଣ୍ଟ ପକ୍ଷରୁ ଖଡଗେ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନଡିଏର ନୈତିକ ପରାଜୟ ହୋଇଛି। ନୈତିକ ପରାଜୟ ସତ୍ତ୍ବେ ମୋଦୀ ଜନତାଙ୍କ ମତକୁ ପଦଦଳିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜନମତକୁ ପଦଦଳିତ କରିବାକୁ ମୋଦୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଉଦ୍‌ବେଗର ବିଷୟ ବୋଲି ଖଡଗେ କହିଛନ୍ତି। ନିର୍ବାଚନରେ ଯେଉଁ ଜନମତ ମିଳିଛି ତାହା ପ୍ରମାଣିତ କରିଛି ଯେ ଦେଶବାସୀ ମୋଦୀଙ୍କ କାର୍ଯ୍ୟଶୈଳୀରେ ସନ୍ତୁଷ୍ଟ ନୁହନ୍ତି। ଏହା ମୋଦୀଙ୍କ ନୈତିକ ପରାଜୟକୁ ପ୍ରତିପାଦିତ କରୁଛି। ଏହି ନୈତିକ ପରାଜୟ ସତ୍ତ୍ବେ ମୋଦୀଙ୍କ ନେତୃତ୍ବରେ ଏନଡିଏ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। ଯାହା ଜନତାଙ୍କ ନିଷ୍ପତ୍ତିକୁ ପାଦରେ ଦଳିଦେବା ଭଳି। ମୋଦୀଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଇଣ୍ଡି ମେଣ୍ଟ ଏହାର ଲଢେଇ ଜାରି ରଖିବ ବୋଲି ଖଡଗେ କହିଛନ୍ତି।

ଅନ୍ୟପଟେ କେନ୍ଦ୍ରରେ ଇଣ୍ଡି ମେଣ୍ଟର ସରକାର ଗଠନ ନେଇ ରହିଥିବା ସମ୍ଭାବନା ସମ୍ପର୍କରେ ମଧ୍ୟ ଖଡଗେ ଆଲୋଚନା କରିଛନ୍ତି। ମେଣ୍ଟକୁ କିପରି ମ୍ୟାଜିକ ସଂଖ୍ୟା ନିକଟରେ ପହଞ୍ଚାଯାଇପାରିବ ସେସମ୍ପର୍କରେ ଆଲୋଚନା କରାଯାଇଛି। ସାମ୍ଭାବ୍ୟ ସରକାର ଗଠନ ନେଇ ଆଗାମୀ ଦିନରେ ଏନଡିଏର ଦୁଇ ପ୍ରମୁଖ ସହଯୋଗୀ ନୀତୀଶ କୁମାରଙ୍କ ନେତୃତ୍ବ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବ ତେଲୁଗୁ ଦେଶମ ପାର୍ଟି ସହ ଯୋଗାଯୋଗ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି। ଖଡଗେ କହିଛନ୍ତି ଯେ ଆମେ ରାଜନୈତିକ ପାଣିପାଗକୁ ଆକଳନ କରୁଛୁ। ଠିକଣା ସମୟରେ ଆମେ ଉପଯୁକ୍ତ ନିଷ୍ପତ୍ତି ନେବୁ।  ବୈଠକରେ କଂଗ୍ରେସ ସଂସଦୀୟ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଭଦ୍ରା ଗାନ୍ଧୀ, ଏମକେ ଷ୍ଟାଲିନ, ଟିଆର ବାଲୁ, ଚମ୍ପାଇ ସୋରେନ, ଅଖିଳେଶ ଯାଦବ, ଶରଦ ପୱାର, ଅଭିଷେକ ବାନାର୍ଜୀ, ତେଜସ୍ବୀ ଯାଦବ, ସଞ୍ଜୟ ରାଉତ, ଓମାର ଅବଦୁଲ୍ଲା, ସୀତାରାମ ୟେଚୁରୀ, ଡି ରାଜା, ସଞ୍ଜୟ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ୨୩୪ଟି ଆସନ ପାଇ ସରକାର ଗଠନ ଠାରୁ ମାତ୍ର ୩୮ଟି ଆସନ ଦୂରରେ ରହିଛି। ଏପରିସ୍ଥିତିରେ ଏନଡିଏରେ ବିଭାଜନ ପୂର୍ବକ ମେଣ୍ଟ ନିଜର ସରକାର ଗଠନ କରିବାକୁ ଉଦ୍ୟମ କରୁଥିବା ଜଣାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories