୪୮ ଭୋଟ୍ରେ ଜିତିଲେ ରବୀନ୍ଦ୍ର
ମୁମ୍ବଇ: ମହାରାଷ୍ଟ୍ରର ଉତ୍ତର ପଶ୍ଚିମ ମୁମ୍ବଇ ଲୋକସଭା ଆସନରୁ ଶିବସେନାର ରବୀନ୍ଦ୍ର ୱାୟକର ମାତ୍ର ୪୮ଟି ଭୋଟ୍ ବ୍ୟବଧାନରେ ଶିବସେନା (ୟୁବିଟି) ପ୍ରାର୍ଥୀ ଅମୋଲ୍ କୀର୍ତ୍ତିକରଙ୍କୁ ପରାସ୍ତ କରିଥିବା ଜଣାପଡ଼ିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୱାୟକରଙ୍କୁ ୪ ଲକ୍ଷ ୫୨ ହଜାର ୬୪୪ଟି ଭୋଟ୍ ମିଳିଥିବା ବେଳେ ଅମୋଲ୍ଙ୍କୁ ୪ ଲକ୍ଷ ୫୨ ହଜାର ୫୯୬ଟି ଭୋଟ୍ ମିଳିଥିଲା। ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ବିଜେପି ୯ଟି ଓ କଂଗ୍ରେସ ୧୩ଟି ଆସନରୁ ବିଜୟୀ ହୋଇଛି। ୱାୟକର ପୂର୍ବରୁ ପୂର୍ବ ଯୋଗେଶ୍ବରୀ ଆସନରୁ ବିଧାୟକ ଥିଲେ।
Comments are closed.