ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ; ଭାରତର ସହଜ ବିଜୟ
ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦
ସାଉଥାମ୍ପଟନ : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ୫୦ ରନରେ ପରାସ୍ତ କରି ସହଜ ବିଜୟ ହାସଲ କରିଛି । ଫଳରେ ଭାରତ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ।
ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୮ ୱିକେଟ୍ ବିନିମୟରେ ୧୯୮ ରନ୍ ସଂଗ୍ରହ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୫୧ ରନ୍, ସୂର୍ଯ୍ୟ କୁମାର ଯାଦବ ୩୯ ରନ ଏବଂ ଦୀପକ ହୁଡା ୩୩ ରନ୍ ସଂଗ୍ରହ କରିଥିଲାବେଳେ ରୋହିତ ଶର୍ମା ୨୪ ରନ୍ ସଂଗ୍ରହ କରିଥିଲେ ।
ଭାରତ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୯୯ ରନର ପିଛା କରି ଇଂଲଣ୍ଡ ଦଳ ୧୯ ଓଭର୍ ୩ଟି ବଲରେ ୧୪୮ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ପାଇଁ ମୋଇନ୍ ଅଲ୍ଲୀ ସର୍ବାଧିକ ୩୬ ରନ୍ ସଂଗ୍ରହ କରିଥିଲେ। ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ୱିକେଟ୍ ଅକ୍ତିଆର କରିବା ସଙ୍ଗେ ସଙ୍ଗେ ଟି-୨୦ ମ୍ୟାଚରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବାରୁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି ।
ଇଂଲଣ୍ଡ ପାଇଁ କ୍ରିସ୍ ଜୋର୍ଡନ ଓ ମୋଇନ୍ ଅଲ୍ଲୀ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲାବେଳେ ରିସି ଟପ୍ଲେ, ତାଇମଲ୍ ମିଲ୍ସ ଓ ମାଥ୍ୟୁ ପାର୍କିନ୍ସନ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
Comments are closed.