www.samajalive.in
Monday, December 8, 2025
16.1 C
Bhubaneswar

ପ୍ରଥମ ଟି-୨୦: ଭାରତ ୫ଓ୍ୱିକେଟରେ ବିଜୟୀ

କଲକାତା : ରବିବାର ସ୍ଥାନୀୟ ଇଡେନ୍‍ ଗାର୍ଡେନ୍‍ସରେ ଖେଳା ଯାଉଥିବା ଏକ କମ୍‍ ସ୍କୋର୍‍ବିଶିଷ୍ଟ ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ୍‍ରେ ଘରୋଇ ଭାରତ ବିଜୟୀ ହୋଇଛି। ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିବାରୁ ୫ ୱିକେଟରେ ୱେଷ୍ଟଇଣ୍ଡିଜ୍‍କୁ ଭାରତ ପରାସ୍ତ କରିଛି। ବାମହାତି ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବ ୩ଟି ୱିକେଟ ନେବାରୁ ୱେଷ୍ଟଇଣ୍ଡିଜ୍‍ ୨୦ ଓଭର ଶେଷରେ ୮ ୱିକେଟ ହରାଇ ୧୦୯ ରନ୍‍ କରି ପାରିଥିଲା। ୧୧୦ ରନ୍‍ର ସହଜ ଲକ୍ଷ୍ୟକୁ ଭାରତ ସହଜରେ ପିଛା କରିନେବ ବୋଲି ଆଶା କରା ଯାଉଥିଲା। ତେବେ ୱେଷ୍ଟଇଣ୍ଡିଜ୍‍ର ପେସ୍‍ ବୋଲର ଚମତ୍କାର ବୋଲିଂ କରିବାରୁ ୪୫ ରନରେ ଭାରତ ୪ଟି ୱିକେଟ ହରାଇଥିଲା। ତେବେ ଦିନେଶ କାର୍ତ୍ତିକ ଏବଂ ଜୀବନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‍ ଖେଳିଥିବା କ୍ରୁନାଲ ପାଣ୍ଡ୍ୟାଙ୍କ ଲଢ଼ୁଆ ଇନିଂସ ଯୋଗୁଁ ୧୭.୫ ଓଭରରେ ୫ ୱିକେଟ ହରାଇ ଭାରତ ବିଜୟୀ ହୋଇଥିଲା। ଏହି ବିଜୟ ସହ ୩ ମ୍ୟାଚ୍‍ର ଟ୍ୱେଣ୍ଟି-୨୦ ସିରିଜ୍‍ରେ ଭାରତ ୧-୦ରେ ଆଗୁଆ ହୋଇଛି। ୬ରେ ୨ୟ ଟ୍ୱେଣ୍ଟି-୨୦ ମ୍ୟାଚ୍‍ ଲକ୍ଷ୍ନୌରେ ଖେଳାଯିବ।
ୱେଷ୍ଟଇଣ୍ଡିଜ୍‍ର ପ୍ରତିଭାବାନ ଫାଷ୍ଟବୋଲର ନୂଆବଲରେ ଚମତ୍କାର ବୋଲିଂକରି ଦୁଇ ଭାରତୀୟ ଓପ୍‍ନର ରୋହିତ ଶର୍ମା (୬) ଓ ଶିଖର ଧାୱନ (୩)ଙ୍କୁ ଆଉଟ କରି ଦେଇଥିଲେ। ପରେ ଅଧିନାୟକ କାର୍ଲୋସ ବ୍ରାଥ୍‍ୱେଟ୍‍ ଆସି କେ.ଏଲ୍‍. ରାହୁଲ (୧୬) ଓ ଋଷଭ ପନ୍ତ୍‍ (୧)ଙ୍କ ୱିକେଟ ନେଇଥିଲେ। ୪୫ ରନ୍‍ରେ ୪ଟି ୱିକେଟ ହରାଇ ଭାରତ ଚିନ୍ତାରେ ଥିବା ବେଳେ ମନୀଷ ପାଣ୍ଡେ ଓ ଦିନେଶ କାର୍ତ୍ତିକ ୩୮ ରନ୍‍ ଯୋଡ଼ିଥିଲେ। ପାଣ୍ଡେ ୨୪ ବଲ୍‍ରୁ ୧୯ ରନ୍‍ କରିଥିଲେ। ପରେ କ୍ରୁନାଲ ପାଣ୍ଡ୍ୟା ଆସି ମାତ୍ର ୯ଟି ବଲ୍‍ରୁ ୩ଟି ଚୌକା ସହ ଅପରାଜିତ ୨୧ ରନ୍‍କରି ଦଳକୁ ଜିତାଇଥିଲେ। କାର୍ତ୍ତିକ ୩୪ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୧ ରନ୍‍କରି ଅପରାଜିତ ଥିଲେ।
କାକର ପ୍ରଭାବକୁ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲେ। ୱେଷ୍ଟଇଣ୍ଡିଜ୍‍ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ପ୍ରଥମ ଓଭରରେ ୨ଟି ଚୌକା ମାରିଥିବା ଫର୍ମରେ ଥିବା ସାଇ ହୋପ୍‍ ୩ଟି ଚୌକା ସହ ୧୪ ରନ୍‍ କରିଥିଲେ। ଦିନେଶ ରାମଦିନ ୨ ରନ୍‍ କରିଥିଲେ। ଦୁଇ ବିସ୍ଫୋରକ ବ୍ୟାଟ୍‍ସମ୍ୟାନ୍‍ ସିମ୍ରନ୍‍ ହେତ୍‍ମାୟର ଓ କୈରନ୍‍ ପୋଲାର୍ଡ କିଛି ସମୟ କ୍ରିଜ୍‍ରେ ରହିଥିଲେ ହେଁ ବଡ଼ ସ୍କୋର୍‍ କରି ପାରିନଥିଲେ। ହେତ୍‍ମାୟର ୨ଟି ଚୌକା ସହ ୧୦ ଏବଂ ପୋଲାର୍ଡ ଗୋଟିଏ ଛକା ସହ ୧୪ ରନ୍‍ କରିଥିଲେ। ଡ୍ୟାରେନ୍‍ ବ୍ରାଭୋ ୫ ଏବଂ ରୋଭ୍‍ମ୍ୟାନ ପୱେଲ ଓ ଅଧିନାୟକ କାର୍ଲୋସ ବ୍ରାଥ୍‍ୱେଟ ୪ ରନ୍‍ ଲେଖାଏଁ କରିଥିଲେ। ତେବେ ଫାବିଏନ୍‍ ଆଲେନ୍‍ ଓ କିମୋ ପଲ୍‍ଙ୍କ ଉପଯୋଗୀ ଯୋଗଦାନ ଯୋଗୁଁ ଇଣ୍ଡିଜ୍‍ ଶହେ ରନ୍‍ ପାର କରି ପାରିଥିଲା। ଆଲେନ୍‍ ୨୦ ବଲ୍‍ରୁ ୪ଟି ଚୌକା ସହ ୨୭ ରନ୍‍ କରିଥିବା ବେଳେ ପଲ୍‍ ୨ଟି ଚୌକା ସହ ୧୫ ରନ୍‍କରି ଅପରାଜିତ ଥିଲେ। କୁଲଦୀପ ଯାଦବ ୩ଟି ୱିକେଟ ପାଇଥିବା ବେଳେ ଅନ୍ୟ ସମସ୍ତେ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories